Masthead

ଷଷ୍ଠରୁ ନଷ୍ଟ ହେଲେ ରିୟଲ୍ ଷ୍ଟାର୍ ଅର୍ଦ୍ଧେନ୍ଦୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଲିଟାଉନର ପରଦେଶୀ ଚଢେଇ ଅର୍ଦ୍ଧେନ୍ଦୁ ଏବେ ଓଡିଆ ସିନେ ଜଗତରେ ବେଶ୍ ଧମାଲ କରୁଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ବ୍ଲାକ୍ମେଲ୍ ଓ ପରଦେଶୀ ଚଢେଇର ସଫଳତା ପରେ ଏବେ ତାଙ୍କ ଡିମାଣ୍ଡ ଖୁବ୍ ବଢି ଯାଇଛି ଓଡିିଆ ଫିଲ୍ମ ଦୁନିଆରେ । ସେଥିପାଇଁ ସେ ପୁଣି ଥରେ ଏକ ଦମଦାର କ୍ୟାରକ୍ଟେରେ ବ୍ୟାକ୍ କରିଛନ୍ତି । ଖୁବୀଘ୍ର ଆସିବାକୁ ଯାଉଛି ଅର୍ଦ୍ଧେନ୍ଦୁଙ୍କ ଅପକମିଙ୍ଗ ଫିଲ୍ମ ‘ଷଷ୍ଠରୁ ନଷ୍ଟ’ । ସେଥିପାଇଁ ଏବେ ଖୁବ୍ ବିଜିି ଅର୍ଦ୍ଧେନ୍ଦୁ ।

କିଛି ଦିନ ହେବ ଓଡିଶା ବାହାରେ ଏହାର ସୁଟିଂ ଆରମ୍ଭ କରିସାରିଛନ୍ତି ସେ । ନିକଟରେ ଫିଲ୍ମର ଫାଷ୍ଟ୍ ଲୁକ୍ ବି ସାମ୍ନାକୁ ଆସିଛି । ଫାଷ୍ଟ୍ ଲୁକ୍ ରିଲଜ୍ ହେବା ପରେ ବେଶ୍ ଭାଇରାଲ୍ ହେଉଛି ସୋସିଆଲ ମିଡିଆରେ । ଅର୍ଦ୍ଧେନ୍ଦୁଙ୍କ ଏପରି ଫନି ଅବତାରକୁ ବି କାଫି ପସନ୍ଦ କରିଛନ୍ତି ଦର୍ଶକ । ତେବେ ଏହି ମୁଭିରେ ଅର୍ଦ୍ଧେନ୍ଦୁଙ୍କ ଅପୋଜିଟ୍ରେ ନଜର ଆସିବେ ଚୁଲବୁଲି ନାୟିକା ତମନ୍ନା । ଦୁହିଁଙ୍କ ଯୋଡି ଦ୍ୱିତୀୟ ଥର ପାଇଁ ପରଦାରେ ଆସୁଥିବାରୁ ଏହାକୁ ନେଇ ଦର୍ଶକ ବି ବେଶ୍ ଉତ୍ସାହିତ । ତା ସହ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡର ପପୁଲାର ଡିରେକ୍ଟର ସୁଧାକର ବସନ୍ତ । ଫିଲ୍ମର ସଙ୍ଗ୍ କଥା କହିବାକୁ ଗଲେ ଅର୍ଦ୍ଧେନ୍ଦୁଙ୍କ ସବୁ ମୁଭି ଭଳି ଏହି ମୁଭିରେ ବି ବଲିଉଡ ସିଙ୍ଗର ଉଦିତ୍ ନାରାୟଣଙ୍କ ଭଏସ୍ ଶୁଣିବାକୁ ମିଳିବ । ତେବେ ଦଶହରା ଉପଲକ୍ଷେ ଏହି ମୁଭି ଦର୍ଶକଙ୍କ ସାମ୍ନାକୁ ଆସି ପହଞ୍ଚିବ ।

ପୂର୍ବରୁ ଫିଲ୍ମ ବ୍ଲାକ୍ମେଲରେ ଅର୍ଦ୍ଧେନ୍ଦୁଙ୍କ ଭୂମିକାକୁ ମଧ୍ୟ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଏହି ମୁଭିରେ ଅର୍ଦ୍ଧେନ୍ଦୁ ଓ ତମନ୍ନାଙ୍କ ଯୋଡି କାଫି ପପୁଲାର ହୋଇଥିଲା ସିନେ ଇଣ୍ଡଷ୍ଟ୍ରିରେ । ସସପେନ୍ସ ଓ ଡ୍ରାମାରେ ଭରପୂର ଥିବା ଏହି ମୁଭିର ଷ୍ଟୋରି ବି ବେଶ୍ ଦମଦାର ରହିଥିଲା । ଏହା ପରେ ଅର୍ଦ୍ଧେନ୍ଦୁଙ୍କ ସିନେମା ‘ମୁଁ ପରଦେଶୀ ଚଢେଇ’ ରିଲିଜ୍ ହୋଇଥିଲା । ବିଗ୍ ବଜେଟରେ ତିଆରି ଏହି ମୁଭିର ଷ୍ଟୋରୀ ଯେତିକି ସୁନ୍ଦର ହୋଇଥିଲା ଏହାର ଗୀତ ଗୁଡିକ ମଧ୍ୟ ସେତିକି ମନଛୁଆଁ ହୋଇଥିଲା । ତା ସାଙ୍ଗକୁ ଅର୍ଦ୍ଧେନ୍ଦୁ ଓ ଅନୁଭାଙ୍କ ଯୋଡି ଓଡିଆ ଦର୍ଶକଙ୍କ କାଫି ପସନ୍ଦ ହୋଇଥିଲା ।

ତେବେ ବର୍ତ୍ତମାନ ପୁଣି ଏକ ନୂଆ ଅବତାରରେ ଆସିବାକୁ ଯାଉଛନ୍ତି ଅର୍ଦ୍ଧେନ୍ଦୁ । ପୂର୍ବଭଳି ସେ ପୁଣି ଧମାଲ କରିବେ ବୋଲି ଆଶା ରଖିଛନ୍ତି ଦର୍ଶକ । ‘ଷଷ୍ଠରୁ ନଷ୍ଟ’ ଫିଲ୍ମର ସୁଟିଂ ଏବେ ଜାରି ରହିଥିବା ବେଳେ ମୁଭିର ଅନେକ ସୁଟିଂ ସେଟ୍ ଫଟୋ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ତେବ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ