Masthead

ରାତି ପାହିଲେ ଭୋଟ୍: ପିପିଲି ଭୋଟର ବାଛିବେ ନେତା

ପିପିଲି(ବଡ଼ ଖବର ବ୍ୟୁରୋ): ରାତି ପାହିଲେ ପିପିଲି ଭୋଟ୍ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । କେଉଁ ପ୍ରାର୍ଥୀ ସପକ୍ଷରେ ମୋହର ମାରିବେ । ବିଜେଡି, ବିଜେପି ନା କଂଗ୍ରେସ । ଭୋଟର କରି ସାରିଛନ୍ତି ମନସ୍ଥ । କେବଳ ଭୋଟ ଗ୍ରହଣକୁ ଅପେକ୍ଷା । ସେପଟେ ଆସନ୍ତା କାଲିର ଭୋଟକୁ ନେଇ ପିପିଲି ରାଜନୀତିରେ ତାତି । ପିପିଲି ଡେଲାଙ୍ଗରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ । ତା ସହ ସିରିଜ୍ ବୋମା ବିସ୍ପୋରଣ । ରାଜନୀତି ପାଣିଗର ଉଷ୍ଣତା ବଢାଇଛି । ଏପରିକି ବିଜେଡି–ବିଜେପି ଏହାକୁ ନେଇ ଏବେ ମୁହଁମୁହିଁ । ହିଂସାକାଣ୍ଡର ଦ୍ୱାହି ଦେଇ ବିଜେପି ନର୍ବାଚନ କମିଶନ ନିକଟରେ ଫେରାଦ ହୋଇଛି । ନିର୍ବାଚନ ସମୟରେ କେନ୍ଦ୍ରୀୟ ବଳ ମୂତୟନ କରିବାକୁ ବିଜେପିର ଜାତୀୟ ମୁଖପାତ୍ର ଦାବି କରିଛନ୍ତି । ଯାହାକୁ ବିଜେଡି କାଉଣ୍ଟର କରିଛି । ବିଜେପି ଏହା ରାଜନୈତିକ ଚାଲ୍ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।

ସେପଟେ ପିପିଲିରେ ବାଜିମାତ କରିବାକୁ କଂଗ୍ରେସ ବି ଜିଜାନ ଲଗାଇଛି । ତେବେ ଭୋଟରଙ୍କ ଭୋଟ ହାତେଇବାକୁ ବିଜେଡି-ବିଜେପି ଯେଉଁ ଗୋଟି ଚାଳନା କରୁଛନ୍ତି । ତାକୁ କଂଗ୍ରେସ ନାପସନ୍ଦ କରିଛି । ବିଜେଡି ବିଜେଡି-ବିଜେପି ଆପଣେଇଥିବା ହିଂସା ରାଜନୀତିକୁ କଡା ଶବ୍ଦରେ ନିନ୍ଦା କରିଛି କଂଗ୍ରେସ । ରାତି ପାହିଲେ ପିପିଲି ଉପନିର୍ବାଚନ । ଭୋଟ ରାଜନୀତିକୁ ନେଇ ପିପିଲି ନିର୍ବାଚନ ମଣ୍ଡଳୀ ସରଗରମ। ତେବେ ନିର୍ବାଚନ ପୂର୍ବରୁ ସିରିଜ ବୋମା ବିସ୍ଫୋରଣ । ଆଉ ତାକୁ ଆରୋପ ପ୍ରତ୍ୟାରୋପର ରାଜନୀତି। ଏପରି ସମୟରେ ବଳଙ୍ଗା ଥାନା ମାଲଖାନା ବିସ୍ଫୋରଣ ଘଟଣାରେ ଏସଆଇଙ୍କୁ ନିଲମ୍ବନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା