Masthead

ଅଡୁଆରେ ବିଜେଡି ବିଧାୟିକା

ଯୋଡ଼ା(ବଡ଼ ଖବର ବ୍ୟୁରୋ): ଅଡୁଆରେ ବିଜେଡି ବିଧାୟିକା । ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କୁ ନେଇ ବଢୁଛି ଅସନ୍ତୋଷ । ୪ ଦଫା ଦାବି ନେଇ ଜଜାଙ୍ଗ ଖଣି ସମ୍ମୁଖରେ ଧାରଣାରେ ବସିଲେ ଟ୍ରକ ମାଲିକ । ପୂର୍ବ ନିର୍ଦ୍ଧାରିତ ପରିବହନ ଦର ୩୮୩ କରାଯାଉ, ସଂଘ କର୍ମକର୍ତ୍ତାମାନଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଗିରଫ, କାର୍ପଟଦାର ଚମ୍ପୁଆ ବିଧାୟିକାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ବଡ଼ବିଲ ଏସଡିପିଓ ହିମାଂଶୁ ବେହେରାଙ୍କ ବଦଳି କରାଯାଉ ବୋଲି ଯୋଡ଼ା ମାଇନିଂ ଟ୍ରକ ମାଲିକ ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଟ୍ରକ ମାଲିକ । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ଅଧିକାଂଶ ଖଣି ଏବେ ଚମ୍ପୁଆ ବିଧାୟକା ମିନାକ୍ଷୀ ମାହନ୍ତ ଓ ତାଙ୍କ ସ୍ୱାମୀ ଭକ୍ତ ମାହାନ୍ତଙ୍କ ହାତରେ । ବିଧାୟକା ଦମ୍ପତ୍ତି ନିଜ ପକେଟ ଗରମ କରିବା ପାଇଁ ପରିବହନ ମୂଲ୍ୟ କମାଇଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ସଂଘ । ଖାଲି ସେତିକି ନୁହେଁ ବିଧାୟିକାଙ୍କ ସ୍ୱାମୀ ଓ ନଣନ୍ଦଙ୍କ ମାଲ ପରିବହନ ଦାୟିତ୍ୱ ଟେକି ଦେଇଛନ୍ତି । ଟ୍ରକ ମାଲିକମାନେ ପରିବହନ ବନ୍ଦ କରି ଆନ୍ଦୋଳନ କରୁଥିବା ବେଳେ ବାହାର ରାଜ୍ୟ ଗାଡ଼ି ଗୁଡିକ ଏବେ ପରିବହନ କାର୍ଯ୍ୟରେ ନିୟୋଜିତ କରିଛନ୍ତି ବିଧାୟିକାଙ୍କ ସ୍ୱାମୀ । ଏପରି ପରିସ୍ଥିତିରେ ଏବେ ସ୍ଥାନୀୟ ଟ୍ରକ ମାଲିକ ସଂଘ ଋଣ କିପରି ଶୁଝିବେ ତାକୁ ନେଇ ଚିନ୍ତାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ