Masthead

ଅଡୁଆରେ ବିଜେଡି ବିଧାୟିକା

ଯୋଡ଼ା(ବଡ଼ ଖବର ବ୍ୟୁରୋ): ଅଡୁଆରେ ବିଜେଡି ବିଧାୟିକା । ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କୁ ନେଇ ବଢୁଛି ଅସନ୍ତୋଷ । ୪ ଦଫା ଦାବି ନେଇ ଜଜାଙ୍ଗ ଖଣି ସମ୍ମୁଖରେ ଧାରଣାରେ ବସିଲେ ଟ୍ରକ ମାଲିକ । ପୂର୍ବ ନିର୍ଦ୍ଧାରିତ ପରିବହନ ଦର ୩୮୩ କରାଯାଉ, ସଂଘ କର୍ମକର୍ତ୍ତାମାନଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଗିରଫ, କାର୍ପଟଦାର ଚମ୍ପୁଆ ବିଧାୟିକାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ବଡ଼ବିଲ ଏସଡିପିଓ ହିମାଂଶୁ ବେହେରାଙ୍କ ବଦଳି କରାଯାଉ ବୋଲି ଯୋଡ଼ା ମାଇନିଂ ଟ୍ରକ ମାଲିକ ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଟ୍ରକ ମାଲିକ । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ଅଧିକାଂଶ ଖଣି ଏବେ ଚମ୍ପୁଆ ବିଧାୟକା ମିନାକ୍ଷୀ ମାହନ୍ତ ଓ ତାଙ୍କ ସ୍ୱାମୀ ଭକ୍ତ ମାହାନ୍ତଙ୍କ ହାତରେ । ବିଧାୟକା ଦମ୍ପତ୍ତି ନିଜ ପକେଟ ଗରମ କରିବା ପାଇଁ ପରିବହନ ମୂଲ୍ୟ କମାଇଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ସଂଘ । ଖାଲି ସେତିକି ନୁହେଁ ବିଧାୟିକାଙ୍କ ସ୍ୱାମୀ ଓ ନଣନ୍ଦଙ୍କ ମାଲ ପରିବହନ ଦାୟିତ୍ୱ ଟେକି ଦେଇଛନ୍ତି । ଟ୍ରକ ମାଲିକମାନେ ପରିବହନ ବନ୍ଦ କରି ଆନ୍ଦୋଳନ କରୁଥିବା ବେଳେ ବାହାର ରାଜ୍ୟ ଗାଡ଼ି ଗୁଡିକ ଏବେ ପରିବହନ କାର୍ଯ୍ୟରେ ନିୟୋଜିତ କରିଛନ୍ତି ବିଧାୟିକାଙ୍କ ସ୍ୱାମୀ । ଏପରି ପରିସ୍ଥିତିରେ ଏବେ ସ୍ଥାନୀୟ ଟ୍ରକ ମାଲିକ ସଂଘ ଋଣ କିପରି ଶୁଝିବେ ତାକୁ ନେଇ ଚିନ୍ତାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ