Masthead

ମନ ବଦଳାଇଲେ ସିଦ୍ଧୁ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ)  :  ପଞ୍ଜାବ ରାଜନୀତିରେ ଚାଲିଛି ହାଇଡ୍ରାମା । ତେବେ ଗତ ମଙ୍ଗଳବାର ପଞ୍ଜାବ ମୁଖିଆ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଏବେ ନିଜ ମନବଦଳେଇଛନ୍ତି । ସେ ପୁଣି କଂଗ୍ରେସର ମିଶିବା ନେଇ ଜଣାପଡିଛି । କିନ୍ତୁ ସେ ପୂର୍ବଭଳି କଂଗ୍ରେସରେ ରହିବେ ଓ ଦଳ ସହ ମିଶି କାମ କରିବେ ବୋଲି ରାଜି ହୋଇଥିବା ଜଣାପଡିଛି । ତେବେ ଆଜି ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ନିଜ ନିଷ୍ପତି ବଦଳାଇଛନ୍ତି । ତେବେ ସିଦ୍ଧୁ ନିଜ ମନ ବଦଳାଇ ପୁଣି ପୁର୍ବଭଳି କଂଗ୍ରେସରେ ରହି କାମ କରିବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଚନ୍ନି ଓ ସିଦ୍ଧୁ ପରସ୍ପରକୁ କଂଗ୍ରେସର ଇନଚାର୍ଚ୍ଚ ହରିଶ ଚୌଧୁରୀଙ୍କ ଉପସ୍ଥିତିରେ ପରସ୍ଫରକୁ ସାକ୍ଷାତ କରିଥିଲେ । ତେବେ ଏହା ପରେ ସବୁ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତି ହୋଇଛି । ସିଦ୍ଧୁଙ୍କ ଥିବା ଦାବି ସବୁକୁ ଚନ୍ନି ପୂରଣ କରିବାକୁ ରାଜି ହୋଇଥିବା ଜଣପଡିଛି । ତାଙ୍କୁ ଅତିରିକ୍ତ ବିଭାଗ ଦାୟିତ୍ୱ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସେ କହିଛନ୍ତି । ବୈଠକ ବେଳେ ଚନ୍ନି ନିଜ ତରଫରୁ ସିଦ୍ଧୁଙ୍କୁ ବଝାଇଥିଲେ । ତେବେ ସିଦ୍ଧୁ ମଧ୍ୟ ଚନ୍ନିଙ୍କ କଥା ରଖିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି । ସିଦ୍ଧୁଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଚନ୍ନି ଆସନ୍ତା ଅକ୍ଟୋବର ୪ରେ କ୍ୟାବିନେଟ ବୈଠକ ଡାକିଛନ୍ତି । ତେବେ ଏହି ବୈଠକରେ ଗରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବା ନେଇ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ