Masthead

ସିଦ୍ଧୁଙ୍କୁ ଜିତିବାକୁ ଦେବି ନାହିଁ : କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ହାଇଡ୍ରାମା । ଘଡ଼ିକରେ ଘୋଡ଼ା ଛୁଟୁଛି ପଞ୍ଜାବ ପଲିଟିକ୍ସରେ । ପଞ୍ଜାବ ରାଜନୀତିରେ ବିବାଦ ଥମିବାର ନା ନେଉନାହିଁ । କ୍ଷମତାର ଲଢ଼େଇ ଏଠାରେ ଶେଷ ସୀମାରେ ପହଞ୍ଚିଛି । ଫଳସ୍ୱରୂପ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ନଭଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ କନ୍ଦଳ ଉଗ୍ରରୂପ ଧାରଣ କରିଥିବା ବେଳେ ସିଦ୍ଧୁ-ଅମରିନ୍ଦର ବିବାଦ ଚରମ ସୀମାରେ ପହଞ୍ଚିଛି ।

କ୍ୟାପଟେନ ଚଣ୍ଡିଗଡ଼ରେ ପହଞ୍ଚିବା ପରେ କହିଛନ୍ତି ଯେ, ସେ କଂଗ୍ରେସ ଦଳ ଛାଡିଛନ୍ତି କିନ୍ତୁ ବିଜେପିରେ ଯୋଗଦେବେ ନାହିଁ । ସେ ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରି କହିଛନ୍ତି , ‘ଆସନ୍ତା ବିଧାନସଭା ନିର୍ବାଚନରେ ସେ ଯେଉଁଠି ବି ଲଢନ୍ତୁ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ । ପଞ୍ଜାବ ପାଇଁ ସିଦ୍ଧୁ ଠିକ୍ ନୁହଁନ୍ତି ।’ ସେ କହିଛନ୍ତି ଯେ ଦଳ ଚଳାଇବା ସିଦ୍ଧୁଙ୍କ କାମ। ସିଏମ୍ ଚରଣଜିତ୍ ଚନ୍ନିଙ୍କ କାମ ହେଉଛି ସରକାର ଚଳାଇବା । ସରକାର ଚଳାଇବାରେ ସିଦ୍ଧୁଙ୍କର କୌଣସି ହସ୍ତକ୍ଷେପ ହେବା ଉଚିତ ନୁହେଁ। ସେ ପୁଣି କହିଛନ୍ତି ଯେ, ମୋର ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ସଭାପତି ରହିଛନ୍ତି କିନ୍ତୁ ସିଦ୍ଧୁ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ତାହା କେବେବି ଗ୍ରହଣୀୟ ନୁହେଁ ।

ସେପଟେ କ୍ୟାପଟେନ ଅମରିନ୍ଦର ସିଂହ ଗଢ଼ିବେ ନୂଆ ରାଜନୀତିକ ଦଳ। ସେ ୧୫ ଦିନ ଭିତରେ ନୂଆ ଦଳ ଗଢ଼ିବେ ବୋଲି କୁହାଯାଉଛି। ଏପରିକି ୧୦ରୁ ଅଧିକ କଂଗ୍ରେସ ନେତା ତାଙ୍କ ଯୋଗାଯୋଗରେ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ନୂଆ ଦଳ ଗଢ଼ିବା ପାଇଁ କ୍ୟାପଟେନ ତାଙ୍କ ସମର୍ଥକଙ୍କ ସହିତ ଆଲୋଚନା ଆରମ୍ଭ କରି ଦେଇଛନ୍ତି। ସେ କିଛି କୃଷକ ନେତାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ ସହିତ ପରାମର୍ଶ କରିବା ପରେ ସେ ନୂଆ ଦଳ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି