Masthead

ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ

କଟକ(ବଡ଼ ଖବର ବ୍ୟୁରୋ): କଟକର ସମସ୍ତ ଦେବୀ ପୀଠରେ ଚାଲିଛି ମା’ଙ୍କର ଷୋଡ଼ଶ ଉପଚାର ପୂଜା । ଶାରଦୀୟ ଦୁର୍ଗାପୂଜା ଅବସରରେ କଟକରେ ଥିବା ବିଭିନ୍ନ ଦେବୀ ପୀଠ ଗୁଡିକୁ ସଜାଯାଇଛି । ଶରତକାଳୀନ ଦୁର୍ଗାପୂଜାରେ ପ୍ରତିଦିନ ମା’ ନୂଆନୂଆ ବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଅବସରରେ କଟକ ମହାନଗରର ଆରାଧ୍ୟ ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଗତକାଲି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଥିଲେ ।

ସେହିପରି ଅନ୍ୟତମ ଦେବୀ ମା’ ଗଡ଼ଚଣ୍ଡୀ ସୁନା ବେଶରେ ଦର୍ଶନ ଦେଇଥିଲେ । ତେବେ ମା’ଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ମନ୍ଦିରରେ କୋଭିଡ କଟକଣାକୁ ପାଳନ କରି ଶ୍ରଦ୍ଧାଳୁ କରୁଛନ୍ତି ଦର୍ଶନ। ତେବେ ଆଜି କଟକଚଣ୍ଡୀ ଉଗ୍ରତାରା ବେଶ ଏବଂ ମା ଗଡ଼ଚଣ୍ଡୀ ହରଚଣ୍ଡୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ବିଶ୍ୱାସ ରହିଛି ଏହି ଷୋହଳ ଦିନ ଧରି ମା’ଙ୍କୁ ଦର୍ଶନ କରିଲେ ସମସ୍ତଙ୍କର ମନସ୍କାମନା ପୂରଣ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର