Masthead

ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଦେବୀପୀଠ

କାକଟପୁର(ବଡ଼ ଖବର ବ୍ୟୁରୋ): ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ସବୁ ଦେବୀପୀଠ ଚଳଚଞ୍ଚଳ । ସବୁଠି ଚାଲିଛି ଷୋଡ଼ଶ ଦିନାତ୍ମକ ପୂଜା ବା ଷୋଳ ପୂଜା। ତେବେ କାକଟପୁରର ଅଧିଷ୍ଟାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମା’ଙ୍କ ନିକଟରେ ସ୍ବତନ୍ତ ଷୋଡଶ ଉପଚାର ପୂଜା ନୀତି ଆରମ୍ବ ହୋଇଯାଇଛି । ପ୍ରାଚୀନ ପ୍ରାଚୀ ନଦୀ ତଟ ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ୟ୍ୟନ୍ତ ସ୍ଵତନ୍ତ୍ର ରୀତିନୀତିରେ ଚାଲିବ ପୂଜାର୍ଚନା । ମାଙ୍କ ବିଗ୍ରହକୁ ୧୦୮ କୁମ୍ଭ ଜଳରେ ସ୍ନାନ କରାଇଯାଇଛି । ଏହାପରେ ଏକ ଅଖଣ୍ଡ ଦୀପ ଜଳାଇ ଆରମ୍ଭ ହୋଇଛି । ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ମଙ୍ଗଳାଙ୍କ ଶାରଦୀୟ ପୂଜା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନୀତିନିର୍ଘଣ୍ଟ ମଧ୍ୟ ସ୍ଥିର ହୋଇଛି । ସେପ୍ଟେମ୍ବର ୨୮ତାରିଖ ମଙ୍ଗଳବାର ମା’ଙ୍କ ଦେବ୍ୟୁତ ଉଥାପ୍ନନ ଓ ସହସ୍ର କୁମ୍ଭାଭିଷେକ ନୀତି ପାଳନ ହୋଇଛି । ବୁଧବାର ମୂଳାଷ୍ଟମୀ ଠାରୁ ମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜାକର୍ମ ନୀତି କାନ୍ତି ଆରମ୍ଭ ହୋଇଯାଇଛି ।

ଚଳିତମାସ ୬ତାରିଖ ବୁଧବାର ଠାରୁ ମନ୍ଦିରରେ ଦିନାତ୍ମକ ନବ ପତ୍ରିକା ପୂଜା ଆରମ୍ଭ ହେବ । ଏହି ଦିନ ମା ମଙ୍ଗଳାଙ୍କ ନାଲି କଲି ବେଶ ହୋଇ ମା ପୂଜା ପାଇବେ । ଅକ୍ଟୋବର ୧୨ତାରିଖ ମଙ୍ଗଳବାର ମହାଷ୍ଟମୀ ପର୍ୟ୍ୟନ୍ତ ନାଲି କଲି ବେଶ, କଳା କଲି ବେଶରେ ମା ମଙ୍ଗଳା ତିରକମାଣ ବେଶ, କାର୍ତିଖର୍ପର ବେଶ, ସିଂହବାହିନି ବେଶ, ମହାଷ୍ଟମୀ ବେଶରେ ପୂଜା ପାଇବେ । ଅକ୍ଟୋବର ୧୩ତାରିଖ ମା’ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେବ। ଏହି ସବୁ ପୂଜା ସମ୍ପାଦନ କରିବା ସହିତ ଷୋଡଶ ଉପଚାର ପୂଜା ଓ ରାତ୍ରରେ ଶାନ୍ତି ହୋମ ଅନୁଷ୍ଠିତ ହେବ । ମନ୍ଦିରରେ ଶାରଦୀୟ ପୂଜା ଉତ୍ସବ ପାଇଁ ଯଥା ନୀତି ନିୟମ, କୋଭିଡ ଗାଇଡଲାଇନ ଦ୍ୱାରା ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇ ମା’ଙ୍କ ଶାରଦୀୟ ପବିତ୍ର ପାର୍ବଣ ପୂଜା ଅନୁଷ୍ଠିତ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି