Masthead

ଶାସକ ସହ ମିଶିଛି ପୋଲିସ, ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ସବୁଠି ସବୁ ରାଜ୍ୟରେ ଶାସକ ଦଳ ସହ ମିଶିଛନ୍ତି ପୋଲିସ । ଦେଶର ପରିସ୍ତିତି ଦୁଃଖଦାୟକ । ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସୁଛି ପୋଲିସ କର୍ମଚାରୀ ମାନଙ୍କର ସେମାନଙ୍କ ସହ ନେକ୍ସସ ହୋଇଥାଏ । ଆଉ ଯେବେ ଏକ ନୂଆ ଦଳ କ୍ଷମତାକୁ ଆସେ ପୂର୍ବ ସରକାରୀ ଦଳ ବିରୋଧରେ କାର୍ଯ୍ୟ କରୁଚନ୍ତି ପୋଲିସ । ଏପରି ଏକ କଡ଼ା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶରେ ବ୍ୟୁରୋକାର୍ଟ ଓ ପୋଲିସ ମାନଙ୍କ ଏଭଳି ସ୍ଥିତିକୁ ଏକ ଭୟଙ୍କର ପରିସ୍ଥିତି ବୋଲି କହିଚନ୍ତି ସର୍ବୋଚ୍ଚ ଅଦାଲତ ।

ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଏଭଳି ଅିଯୋଗ ବିରୋଧରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ଥାୟୀ କମିଟି ମଧ୍ୟ କରାଯିବ । ଏକ ପିଟିସନର ଶୁଣାଣୀ କରି ଏପରି କହିଛନ୍ତି ସୁପ୍ରିମ କୋର୍ଟ । ଛତିଶଗଡ଼ର ବରିଷ୍ଠ ଏଡିଜି ଗୁରୁଜିନ୍ଦର ପାଲ ସିଂ ଏହି ପିଟିସନ ଦାଏର କରିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ ଯେ, ରାଜ୍ୟ ସରକାର ତାଙ୍କ ବିରୋଧରେ ଦୁର୍ନୀତି , ନିର୍ଯାତନା ଓ ବିଦ୍ରୋହ ମାମଲା ରୁଜୁ କରିଛନ୍ତି । ଏହାପରେ ସେ ନିଜର ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ଆଉ ଏହି ମାମଲାର ଶୁଣାଣୀ କରି ଏପରି କଡ଼ା ମନ୍ତବ୍ୟ ରଖିଛନ୍ତି ସିଜେଆଇ ଏନ.ଭି. ରମଣା । ସେ କହିଛନ୍ତି ଯେ, ଦେଶରେ ଅମଲାତନ୍ତ୍ର ବିଶେଷ କରି ପୋଲିସର ବ୍ୟବହାର ଓ କାର୍ଯ୍ୟକାରୀତା ଉପରେ ମୋର ଆପତ୍ତି ଅଛି । ଏହିଭଳି ଅଭିଯୋଗ ଉପରେ ଏକ ସ୍ଥାୟୀ କମିଟି ତିଆରି କରିବାକୁ ମୁଁ ଚିନ୍ତା କରୁଛି । ସବୁ ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏହାର ଦାୟିତ୍ୱ ଦିଆଯିବ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଏହାକୁ ସୁରକ୍ଷିତ ରଖିଛି । ଏବେ ଏହାକୁ କରିବାକୁ ଚାହୁଁନାହିଁ । ତେବେ ଗୁରୁଜିତ ପାଲ ସିଂଙ୍କ ବିରୋଧରେ ହୋଇଥିବା ଜୋରଜବରଦସ୍ତ ଚାନ୍ଦା ଆଦାୟ ମାମଲାରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ସରକାରଙ୍କ ନିକଟରେ ଥିବାରୁ ବେଆଇନ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ଦିନ ଆସିବ ଏପରି କାର୍ଯ୍ୟ ପାଇଁ ଆପଣଙ୍କୁ ହିଁ ଭୋଗିବାକୁ ପଡ଼ିବ । ଗୁରୁଜିନ୍ଦର ପାଲ ସିଂ ୧୯୯୪ ବ୍ୟାଚ ଆଇପିଏସ ଅଫିସର ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତିଶଗଡ଼ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି । ଆଇପିସି ଧାରା ୧୨୪ଇ ଅନୁସାରେ ଦେଶଦ୍ରୋହ ଓ ବେଆଇନ ସମ୍ପତ୍ତି ଠୁଳ ମାମଲା ପଞ୍ଜିକୃତ ହୋଇଛି । ତେବେ ଏନେଇ ଦୁଇଟି ପିଟିସନ ସେ ଦାଏର କରିଛନ୍ତି । ଗୋଟିଏ ଦେଶଦ୍ରୋହ ମାମଲାକୁ ବନ୍ଦ କରିବାକୁ ଦାବି କରିଥିବା ବେଳେ ଅନ୍ୟଟି ସିବିଆଇ ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି