Masthead

କଂଗ୍ରେସ ଇନଚାର୍ଜ ପଦରୁ ହଟିବେ ହରିଶ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ):  ପଞ୍ଜାବ ପାଇଁ କଂଗ୍ରେସ ରାଜନୀତି ସରଗରମ ହୋଇ ଉଠିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ଓ ମୁଖିଆ ପଦରୁ ନବଜୋତ ସିଂହଙ୍କ ଇସ୍ତଫା ପରେ ଏବେ ଦଳର ଇନଚାର୍ଜଙ୍କ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ପଞ୍ଜାବ କଂଗ୍ରେସର ଇନଚାର୍ଜ ଭବେ କାମ କରୁଥିବା ହରିଶ ରାୱତଙ୍କୁ ଏବେ ପଦରୁ ହଟାଯିବ ବୋଲି ଜଣାପଡିଛି । କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ।

ତେବେ ପୂର୍ବରୁ ହରିଶ ରାୱତ ପଞ୍ଜାବର ଇନଚାର୍ଜ ଭାବେ କାମ କରୁଥବା ବେଳେ ଦଳର ନାରୀକ୍ଷକ ଭାବେ ହରିଶ ଚୌଧୁରୀ ଦାୟିତ୍ୱ ନେଇଥିଲେ । ଦଳର ନୀରିକ୍ଷକ ହରିଶ ଚୌଧୁରୀଙ୍କ ସମ୍ପର୍କ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ଭଲ ସମ୍ପର୍କ ରହିଛି । ଖାଲି ଏତିକି ନୁହେଁ କଂଗ୍ରେସର ମୁଖିଆ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁଙ୍କ ସହ ମଧ୍ୟ ଭଲ ସମ୍ପର୍କ ରହିଛି । ତବେ ନିକଟରେ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ହରିଶ ଚୌଧୁରୀ ମଧ୍ୟ ଯୋଗ ଦେଇଥିଲେ । ବୈଠକରେ ଚନ୍ନି ସିଦ୍ଧୁଙ୍କୁ ଇସ୍ତଫା ପତ୍ର ଫେରାଇ ନେବାକୁ ବୁଝାଇଥିଲେ । ଏହା ସହ ହରିଷ ଚୌଧୁରୀ ମଧ୍ୟ ତାଙ୍କୁ ଦଳରୁ ଇସ୍ତଫା ପତ୍ର ଫେରାଇନେବା ପାଇଁ କହିଥିଲେ । ସୂତ୍ରରୁ ଜଣପଡିଥିଲା ଯେ ସିଦ୍ଧୁ ମଧ୍ୟ ଚନ୍ନିଙ୍କ କଥାରେ ମନ ବଦଳାଇଥିଲେ ।

ସିଦ୍ଧୁ ଚନ୍ନିଙ୍କୁ ତାଙ୍କର ସମସ୍ତ ଦାବି ପୂରଣ କରିବା ପାଇଁ କହିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଚନ୍ନି ଓ ଚୌଧୁରୀ ତାଙ୍କୁ ସବୁକିଛିର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ କଂଗ୍ରେସରେ ସୃଷ୍ଟି ହୋଇଥିବା କଳିକୁ ଚୌଧୁରୀ କିଛି ମାତ୍ରାରେ ସମାଧାନ କରିଥିବାରୁ ଚନ୍ନି ହରିଶ ରାୱାତଙ୍କ ବଦଳରେ ତାଙ୍କୁ ପଞ୍ଜାବର ଇନଚାର୍ଚ୍ଚ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଜଣାପଡିଛି । ଆପରପକ୍ଷେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂହ ଓ ହରିଶ ରାୱାତଙ୍କ ମଧ୍ୟରେ ଏବ ବାକ ଯୁଦ୍ଧ ଆରମ୍ଭ ହୋଇଛି । ଅମରିନ୍ଦର ସିଂହ ରାୱତଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିନଥିବାରୁ ରାୱାତ ତାଙ୍କୁ ସମାଲୋଚନା କରିଥିଲେ । ଅମରିନ୍ଦର କହିଥିଲେ ଯେ ତାଙ୍କୁ ଦଳ ବହୁତ ହଇରାଣ କରିଛି । ସମ୍ମାନ ପାଇବା ବଦଳରେ ସେ ଅପାମନ ପାଇଛନ୍ତି । ଯାହାକି ଗ୍ରହଣୀୟ ନୁହେଁ । ଅମରିନ୍ଦରଙ୍କ ଏହି ଦାବିରେ, ରାୱତ ଏହାକୁ ଖଣ୍ଡନ କରିଥିଲେ ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍