Masthead

ପୁଅ ସହ ଫୋନରେ କଥା ହେଲେ ଶାହାରୁଖ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତକାଲି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିଥିଲା । ଡ୍ରଗ୍ସ ଲିଙ୍କରେ ଆର୍ଯ୍ୟନଙ୍କ ସମ୍ପୃକ୍ତି ଥିବା ନେଇ ଗିରଫ ହୋଇଛନ୍ତି ସେ । ତେବେ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ଆର୍ଯ୍ୟନ ଶାହାରୁଖ ଖାନଙ୍କ ସହ କଥା ହୋଇଛନ୍ତି । ଶାହାରୁଖ ଆର୍ଯ୍ୟନଙ୍କ ସହ ଲ୍ୟାଣ୍ଡଲାଇନ ଫୋନରେ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୨ ମିନିଟର କଥାବାର୍ତ୍ତା ହୋଇଛି ।

ସୂଚନା ଅନୁଯାୟୀ ଆଜି ଆର୍ଯ୍ୟନଙ୍କ ରିମାଣ୍ଡ ସରୁଛି । ତାଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯିବ । ତେବେ ତାଙ୍କର ଏହି ରିମାଣ୍ଡର ଅବଧି ବଢୁଛି ନା ତାଙ୍କୁ ବେଲ ମିଳୁଛି ସେ ସମ୍ବନ୍ଧରେ କିଛି ଜଣପଡିନି । ଗତକାଲି ଆର୍ଯ୍ୟନଙ୍କ ଓକିଲ ସତିଶ ମାନସିନ୍ଦେ କହିଥିଲେ, ସେ ଆଜି ରେଗୁଲାର କୋର୍ଟରେ ଆର୍ଯ୍ୟନଙ୍କ ବେଲ୍ ପାଇଁ ଆବେଦନ କରିବେ । ସେପଟେ ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ବଢିବା ନେଇ ଏନସିବି ନିଜର ପ୍ରସ୍ତୁତି ଚଳାଇବା ନେଇ ଜଣାପଡିଛି । ଏନସିବି କହିଛି ଯେ, ଆର୍ଯ୍ୟନ ଖାନଙ୍କ ଫୋନ ମେସେଜରୁ କିଛି ଡ୍ରଗ୍ସ ବେପାରିଙ୍କ ବିଷୟରେ ଜଣାପଡିଛି । ତାଙ୍କ ବିଷୟରେ ଏନସିବି ଅଧିକ ପଚରାଉଚରା କରିବା ପାଇଁ ଆର୍ଯ୍ୟନଙ୍କ ରିମାଣ୍ଡ ବଢାଇବା ପାଇଁ ଚାହୁଁଛି ।

ଏନସିବିର କହିବା ଅନୁଯାୟୀ ଆର୍ଯ୍ୟନଙ୍କୁ ପଚରାଉଚରା କଲେ ଡ୍ରଗ୍ସ ବେପାରିମାନଙ୍କ ସମ୍ବନ୍ଧରେ ଅଧିକ ସୂଚନା ମିଳିପାରିବ । ଗତ ଶନିବାର ରେଭ ପାର୍ଟିରୁ ଧରାପଡିଥିବା ଆର୍ଯ୍ୟନଙ୍କୁ ରବିବାର ୧୨ ଘଣ୍ଟା ଜେରା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ପରେ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇଥିଲା । ଏହା ସହ ଡ୍ରଗ୍ସ ସପ୍ଲାଏ କରୁଥିବା ଡ୍ରଗ୍ସ ପେଡଲରଙ୍କୁ .ଗିରଫ କରିଛି ଏନସିବି । ଗିରଫ ହୋଇଥିବା ଡ୍ରଗ୍ସ ପେଡେଲର ଜଣକ ହେଲେ ଶ୍ରେୟସ ନାୟର । ଗତ ରାତିରେ ହିଁ ଏନସିବି ବିଭିନ୍ନ ସ୍ଥାନରେ ଚଢାଉ କରି ଶ୍ରେୟସଙ୍କୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ