Masthead

ହାଇକୋର୍ଟ ଗଲା ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହାଇକୋର୍ଟ ଗଲା ବରଗଡ଼ ଥାନା ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲା । ଗୋବିନ୍ଦଙ୍କୁ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗକରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ସଚିବଙ୍କ ସହ ଡିଜିପି ଓଡ଼ିଶା, ର୍ଗଡ଼ ଏସପି ଓ ,ବରଗଡ଼ ଟାଉନ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏହି ଘଟଣାର ସବିଆଇ ତଦନ୍ତ ଦାବି କରିବା ସହ ମୃତ ଗୋବିନ୍ଦଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛି ଭାରତୀୟ ବିକାଶ ପରିଷଦ । ପରିଷଦ ପକ୍ଷରୁ ଆଇନଜୀବି ଗୋପାଳ ପ୍ରସାଦ ଜେନା ଏହି ମାମଲାକୁ ପରିଚାଳନା କରୁଛନ୍ତି ।

ସେପ୍ଟେମ୍ବର ୨୪ ତାରିଖ ଦିନ ବରଗଡ଼ ଟାଉନ ଥାନା ପୋଲିସ ଏକ ଗଣ୍ଡୋଗଳା ମାମଲାରେ ଗୋନ୍ନଙ୍କୁ ଉଠାଇ ଆଣିଥିଲା । ସେପ୍ଟେମ୍ବର ୨୫ରେ ପୋଲିସ ହେପାଜାତରେ ଥାଇ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବରଗଡ଼ରେ ତୁମୁଳାକାଣ୍ଡ ଘଟିଥିଲା । ପୋଲିସ ପିଟିପିଟି ଗୋବିନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ଗୋବିନ୍ଦଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ