Masthead

କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଦେଶରେ କରୋନା ମହାମାରୀର ତାଣ୍ଡବ ଲାଗି ରହିଛି । ପ୍ରତିଦିନ ଶହ ଶହ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ମାମାଲାରେ ଜଷ୍ଟିସ ଏମଆର ଶାହା କହିଛନ୍ତି, କରୋନା ମହାମାରୀ ଯୋଗୁ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ପରିବାରକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କୋଭିଡ କାରଣରୁ ମୃତ୍ୟବରଣ କରିଥିବା ସର୍ମ୍ପକୀୟଙ୍କୁ ୫୦,୦୦୦ ଟଙ୍କାର ଏକ ଅନୁଗ୍ରହ ରାଶି ସୁପାରିସ କରିଥିଲା । ଜଷ୍ଟିସ ଏମଆର ଶାହା ଓ ଜଷ୍ଟିସ ଏ.ଏସ ବୋପାନ୍ନା କହିଛନ୍ତି ଯେ, କୋଭିଡ କାରଣରୁ ମୃତ୍ୟୁ ହେବାର ୩୦ ଦିନ ମଧ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କ୍ଷତିପୂରଣ ପ୍ରଦାନ କରାଯିବ । ସୂଚନା ଅନୁଯାୟୀ ଶୀର୍ଷ ଅଦାଲତ କହିଛନ୍ତି ଯେ ଆରପିଟିସିଆର ପରୀକ୍ଷା ପରି ଆବଶ୍ୟକୀୟ ଦଲିଲ ଉପ୍ତାଦନରେ ସଂପୃକ୍ତ କର୍ତ୍ତୁପକ୍ଷ ମୃତ୍ୟୁ ପ୍ରମାଣ ପତ୍ରରେ ସଂଶୋଧନ କରିପାରିବେ ।

ବେଞ୍ଜ କହିଛନ୍ତି , କୌଣସି ରାଜ୍ୟ ଏହି ସହାୟତା ରାଶି ଦେୟକୁ ଫାଙ୍କି ପାରିବ ନାହିଁ ଯେ ମୃତ୍ୟୁର କାରଣକୁ କୋଭିଡ ବୋଲି ଦର୍ଶାଯାଇନି । ସରକାର କହିଛନ୍ତି ଯେ କୋର୍ଟଙ୍କ ଜୁନ ୩୦ ନିର୍ଦ୍ଦେଶ ଅନୁଯାୟୀ ସେପ୍ଟେମ୍ବର ୧୧ରେ ନିର୍ଦ୍ଦେଶବଳୀ ଜାରି କରିଛି । ସହାୟତା ପାଇଁ ନିର୍ଦ୍ଦେଶବଳି ଜାରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼