Masthead

୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର-୨୦୨୧ । ଚଳିତ ବର୍ଷ ବିଜ୍ଞାନର ମୋଟ ୩ ଜଣଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପାଦାର୍ଥ ବିଜ୍ଞାନର ବୈଜ୍ଞାନିକ ସୁକୋରେ ମାନବ, ବୈଜ୍ଞାନିକ କ୍ସାଓସ ହାସେଲ୍ମାନ ଓ ବୈଜ୍ଞାନିକ ଜିଓର୍ଜିଓଲ ପାରିସୀଙ୍କୁ ନୋବେଲ ପାଇଁ ପୁରସ୍କାର ମିଳିବ । ସୁକୁରୋ ମାନବେ ଓ କ୍ଲାଓସ ହାସେଲ୍ମାନ କାର୍ବନ ଡାଇଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଥିଲେ । ସେହିପରି ଜିଓର୍ଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୋତିକ ପ୍ରଣାଳୀରେ ଦୃତ ପରିବର୍ତ୍ତନର ଗତି ବାବଦରେ ଗବେଷଣା କରିଛନ୍ତି ।

ସୁକୁରୋ ମାନବେ: ୧୯୯୩ରେ ଜାପାନରେ ଜନ୍ମ ଗ୍ରହଣ କରିଥିଲେ । ସେ ୟୁନିର୍ଭସିଟି ଅଫ୍ ଟୋକିଓରେ ୧୯୫୭ରେ ପିଏଚଡି କରିଥିଲେ । ବର୍ତ୍ତମାନ ଆମେରିକାର ପ୍ରିନ୍ସଟନ ୟୁନିୀର୍ଭର୍ସଟିରେ ଜଣେ ବରିଷ୍ଠ ମହାକାଶଚାରୀ ବିଜ୍ଞାନଶାସ୍ତ୍ରୀ ଅଟନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ସେ ଅନେକ ଗବେଷଣା କରିଛନ୍ତି ।

କ୍ଲାଓସ ହାସେଲ୍ମାନ: ୧୯୩୧ ରେ ଜର୍ମାନୀରେ ସେ ଗ୍ରହଣ କରିଥିଲେ । ସେ ୧୯୫୭ ରେ ଜର୍ମାନୀରେ ହିଁ ପିଏଚଡି କରିଥିଲେ । ବର୍ତ୍ତମାନ ସେ ଜର୍ମାନୀରେ ମ୍ୟାକ୍ସ ପ୍ଲଙ୍କ ଇନଷ୍ଟିଚ୍ୟୁଟ ଅଫ ମେଟ୍ରୋଲଜିର ପ୍ରଫେସର ଅଟନ୍ତି ।ତେବେ ସେ ଜଳବାୟୁ ପରବର୍ତ୍ତନକୁ ନେଇ ଏକ ମଡେଲ ପ୍ରସ୍ତୁତ କରିଛନ୍ତି ।

ଜିଓର୍ଜିଓ ପାରିସୀ: ୧୯୪୮ରେ ଜିଓର୍ଜିଓ ଇଟାଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ରୋମରୁ ହିଁ ପିଏଚଡି କରିଥିଲେ । ବର୍ତ୍ତମାନ ସେ ସ୍ପେନିଜ ୟୁନିର୍ଭସିଟି ଅଫ୍ ରୋମରେ ପ୍ରଫେସର ଅଛନ୍ତି ।

ଏହି ନୋବେଲ ପୁରସ୍କାର ଗ୍ରହଣ କରୁଥିବା ୩ ବ୍ୟକ୍ତିଙ୍କୁ ନଗଦ ୧.୧୪ ମିଲିୟନ ଡଲାର ସହିତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସୂଚନା ଅନୁଯାୟୀ ଗତବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଆମେରିକାର ବୈଜ୍ଞାନିକ ଆଣ୍ଡ୍ରେୟା ଗେଜ, ବ୍ରିଟେନର ରୋଜର ପେନ୍ରୋଜ ଏବଂ ଜର୍ମାନୀର ରିନାର୍ଡ ଗେନଜେଲଙ୍କୁ ପ୍ରଦାନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି