Masthead

ମାତ୍ର ୨୫ଟି ଏପିସୋଡ୍ ପାଇଁ ଅନୁତି ଦିଆଯାଇଥିଲା କିନ୍ତୁ ପପୁଲାରିଟି ଦେଖି ୫୦୦ ଏପିସୋଡ୍ ଚାଲିଥିଲା: କପିଲ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର କମେଡି କିଙ୍ଗ କପିଲ ଶର୍ମା । ସବୁବେଳେ ନିଜ ଦମଦାର ଜୋକ୍ସ୍ରେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍ କରିଥାନ୍ତି । ତାଙ୍କ ଶୋ’ ‘ଦ କପିଲ୍ ଶର୍ମା ଶୋ’’ର ବି ଟାଉନରେ ରହିଛି ଅନେକ ଡିମାଣ୍ଡ । ସେଲିବ୍ରିଟି ଦୁଅନ୍ତୁ କି ସାଧାରଣ ଲୋକ ସମସ୍ତେ ହେଉଛନ୍ତି କପିଙ୍କ ଫ୍ୟାନ୍ସ । ବଲିଉଡରେ ରିଲିଜ୍ ହେଉଥିବା ପ୍ରତିଟି ମୁଭିର ଷ୍ଟାରକାଷ୍ଟ ଦେଖିବାକୁ ମିଳନ୍ତି କପିଲ ଶର୍ମା ଶୋ’ରେ । କପିଲ୍ ବି ବେଶ୍ ମଜାଳିଆ ଅନ୍ଦାଜ୍ ରେ ସେମାନଙ୍କୁ ହସାନ୍ତି । ତେବେ ସମସ୍ତଙ୍କୁ ହସାଉଥିବା କପିଲ୍ ବି ଦିନେ ତାଙ୍କ ଲାଇଫରେ ରିଜେକ୍ଟ ହୋଇଛନ୍ତି । ତାଙ୍କୁ ନେଇ ଦେଖାଦେଇଛି ଅନେକ ବିବାଦ । ସେ ସବୁର ସାମ୍ନା କରିଛନ୍ତି କପିଲ୍ ।

ନିକଟରେ ଏକ ସାକ୍ଷାତକାରରେ ଏ ସବୁ କଥା ସେୟାର କରିଛନ୍ତି କପିଲ । ପ୍ରଥମେ ଜଣେ ହୋଷ୍ଟ୍ ଭାବେ କାମ ଆରମ୍ଭ କରିଥିବା କପିଲ୍ ଦିନେ ତାଙ୍କ ଓଜନ ପାଇଁ ବି ବହୁତ ଟ୍ରୋଲ୍ ହୋଇଛନ୍ତି । ଏପରିକି ଅନେକ ବିବାଦ ଦେଖାଦେଇଛି ତାଙ୍କୁ ଏବଂ ତାଙ୍କ ଶୋ’ କୁ ନେଇ । ଏହା ସହ ସେ କହିଛନ୍ତି ଯେ ବେଳେବେଳେ ତାଙ୍କ ନା ରେ ଏପରି ଗୁଜବ ଭାଇରାଲ ହୋଇଛି ଯାହାକୁ ଶୁଣି ସେ ବାହାରକୁ ବାହାରିବା ପାଇଁ ମଧ୍ୟ ଡରୁଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ଯେ ଯେତେବେଳେ ଜଣେ ସଫଳତାର ସିଡି ଚଢି ଚାଲିଥିବ ସେତେବେଳେ ତାଙ୍କ ପାଖକୁ ବହୁତ ଲୋକ ଆସିବେ କିନ୍ତୁ କାହାକୁ ବି ବିଶ୍ୱାସ କରିବା ଉଚିତ୍ ନୁହେଁ ।

କହିବାକୁ ଗଲେ କପିଲ ଶର୍ମା ପ୍ରଥମେ ଏକ କମେଡି ଶୋ’ରେ ଅଶଂଗ୍ରହଣ କରି ଏହି ଶୋ’କୁ ୱିନ୍ କରିଥିଲେ । ପରେ ତାଙ୍କୁ ରିୟଲିଟି ଶୋ’ ‘ଝଲକ୍ ଦିଖିଲା ଜା’ରେ ମନିଷ୍ ପଲ୍ଙ୍କ ସହ ହୋଷ୍ଟି କରିବା ପାଇଁ ଅଫର ମିଳିଥିଲା । ସେତେବେଳେ ସେ ଚ୍ୟାନେଲକୁ ଏକ କମେଡି ଶୋ’ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବଂ ତାଙ୍କୁ ମାତ୍ର ୨ଦିନ ସମୟ ମିଳିଥିଲା ନିଜ ଶୋ’ କୁ ପ୍ରିପେୟାର କରିବା ପାଇଁ । କପିଲଙ୍କର ଏହି ଶୋ’ ମାତ୍ର ୨୫ଟି ଏପିସୋଡ୍ କରିବାକୁ ଅନୁତି ଦିଆଯାଇଥିବା ବେଳେ ତାଙ୍କର ପପୁଲାରିଟି ଦେଖି ୫୦୦ ଏପିସୋଡ୍ ଚାଲିଥିଲା ଏହି ଶୋ’ । ବଲିଉଡର କମେଡି ଦୁନିଆରେ ସେ ତିଆରି କରିଥିଲେ ହିଷ୍ଟ୍ରି । କିନ୍ତୁ ପରେ କିଛି ବିବାଦ ଦେଖାଯିବାରୁ ଏହି ଶୋ’ ବନ୍ଦ ହୋଇ ଯାଇଥିଲା । ଯେତେବେଳେ କି ଅନେକ ଗୁଜବ ଭାଇରାଲ୍ ହୋଇଥିଲା କପିଲଙ୍କ ନାଁ ରେ । ପରେ କିନ୍ତୁ ପୁଣି ଥରେ ଏକ ନୁଆ ଅନ୍ଦାଜ୍ ରେ ଟେଲିଭିଜନରେ କପିଲ ଆରମ୍ଭ କରିଥିଲେ ତାଙ୍କ ଶୋ’ । ଯାହାର ନାଁ ଥିଲା ‘ଦ କପିଲ ଶର୍ମା ଶୋ’ । ଏବେ ବେଶ୍ ସଫଳତାର ସହ ଟେଲିଭିଜନ ଦୁନିଆରେ ଏହି ଶୋ’ ଆଗେଇ ଚାଲିଛି ।

ଏହା ବ୍ୟତୀତ କପିଲ ଜଣେ ଭଲ ଆକ୍ଟର ଭାବେ ମଧ୍ୟ ପରିଚିତ । ତାଙ୍କ ଅଭିନିତ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର କରୁଁ’ ଏବଂ ‘ଫିରଙ୍ଗି’ ବେଶ୍ ସୁପରହିଟ୍ ହୋଇଛି ବି ଟାଉନରେ । ଅନେକ ରିଜେକ୍ସନ୍, କଣ୍ଟ୍ରୋଭର୍ସି ଏବଂ ଟ୍ରୋଲିଂ ପରେ ବି ସଫଳତାର ସହ ଆଗକୁ ବଢି ଚାଲିଛନ୍ତି କପିଲ୍ ଏବଂ ତାଙ୍କୁ ଦର୍ଶକଙ୍କର ଅନେକ ଭଲପାଇବା ମଧ୍ୟ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି