Masthead

ରୋଷେଇ କଲେ ବଲିଉଡର ଦିଲବର୍ ଗାର୍ଲ ନୋରା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଦିଲବର୍ ଗର୍ଲ ନୋରା ଫତେହି ସବୁବେଳେ ତାଙ୍କ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ତାଙ୍କ ଡ୍ୟାନ୍ସ, ଆକ୍ଟିଂ, ବିଉଟି ସବୁକିଛି ଫିଦା କରିଦିଏ ଅଡିୟନ୍ସଙ୍କୁ । ଏବେ କିନ୍ତୁ ନୋରା ସାଜିଛନ୍ତି ମାଷ୍ଟର ସେଫ୍ । ନିଜ ହାତରେ କରିଛନ୍ତି ରୋଷେଇ ।ଜଣେ ଭଲ ଆକ୍ଟେସ୍ ହେବା ସହ ସେ ଜଣେ ଭଲ କୁକ୍ ବୋଲି ସେ ପ୍ରମାଣ କରିଛନ୍ତି । ନିକଟରେ ନୋରାଙ୍କୁ ଦେଖିବାକୁ ମିଳିବ ‘ଷ୍ଟାର୍ ଭର୍ସେସ୍ ଫୁଡ୍ ସିଜିନ୍-୨’ରେ । ଏହି ଶୋ’ରେ ନୋରାଙ୍କର ଲୁଚି ରହିଥିବା ପ୍ରତିଭାକୁ ଦେଖିବାକୁ ମିଳିବ । ଫ୍ୟାନ୍ସମାନେ ପ୍ରଥମ ଥର ପାଇଁ ନୋରାଙ୍କୁ ଏହି ଅବତାରରେ ଦେଖିବାକୁ ପାଇବେ । ରିସେଣ୍ଟଲି ନୋରା ଏହି ଶୋ’ର ଏକ ଛୋଟ ଭିଡିଓ ସେୟାର କରିଛନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ । ଯେଉଁଥିରେ କି ସେ ଷ୍ଟାର ଭର୍ସେସ୍ ଫୁଡ୍ ଶୋ’ର ସେଫ୍ ଙ୍କ ସହ ରୋଷେଇ କରୁଛନ୍ତି । ଏହି ଭିଡିଓ ସେୟାର କରି ନୋରା ଲେଖିଛନ୍ତି ଯେ, “ମୋ ବାପାଙ୍କୁ ଧନ୍ୟବାଦ । ଯିଏ କି ଜଣେ ସେଫ୍ । ମୁଁ ସବୁବେଳେ ଏକ ଆପ୍ରୋନ୍ ପିନ୍ଧିବାକୁ ଚାହୁଁଥିଲି ଏବଂ ଷ୍ଟାର ଭର୍ସେସ୍ ଫୁଡ୍ ବର୍ତ୍ତମାନ ମୋ ଭିତରେ ଜଣେ ସେଫ୍ ଙ୍କୁ ଜାଗ୍ରତ କରିଛି ।”

ତେବେ ନୋରାଙ୍କର ଏହି ଭିଡିଓ ଦେଖିବା ପରେ ତାଙ୍କର ଅନେକ ଫ୍ୟାନ୍ସ ବି ବେଶ୍ ଉତ୍ସାହିତ ହୋଇଯାଇଛନ୍ତି ତାଙ୍କ କୁକ୍ ଦେଖିବା ପାଇଁ । ଏହା ବ୍ୟତିତ ନୋରା ସବୁବେଳେ କିଛି ନା କିଛି ରିଜିନ୍ ପାଇଁ ଲାଇମ୍ ଲାଇଟରେ ରୁହନ୍ତି । ତାଙ୍କର ପ୍ରତିଟି ଫଟୋ ଓ ଭିଡିଓ ଭାଇରାଲ୍ ହୁଏ ସୋସିଆଲ ମିଡିଆରେ । କେବଳ ସେତିକି ନୁହେଁ ନୋରାଙ୍କର ହଟ୍ ଏବଂ ବୋଲ୍ଡ ଅନ୍ଦାଜ୍କୁ ବେଶ୍ ପସନ୍ଦ କରନ୍ତି ଦର୍ଶକ ।

ତେବେ ନୋରାଙ୍କର ୱର୍କଫ୍ରଣ୍ଟ୍ କଥା କହିବାକୁ ଗଲେ ସେ ଶେଷଥର ପାଇଁ ନିକଟରେ ଓଟିଟି ରେ ରିଲିଜ ହୋଇଥିବା ଫିଲ୍ମ ‘ଭୁଜ୍-ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ରେ ନଜର ଆସିଥିଲେ । ଏହା ସହ ଆଗକୁ ନୋରାଙ୍କୁ ‘ସତ୍ୟମେବ ଜୟେତେ-୨’ରେ ବି ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼