Masthead

ସାବଧାନ ! ବୁଲୁଛି ‘ମଦୁଆ ଧରା ଗାଡ଼ି’

ବ୍ରହ୍ମପୁର( ବଡ଼ ଖବର ବ୍ୟୁରୋ ): ମଦ୍ୟପମାନେ ହୋଇଯାଆନ୍ତୁ ସାବଧାନ। ବ୍ରହ୍ମପୁର ସହରରେ ବୁଲୁଛି ମଦୁଆ ଧରା ଗାଡି । ଯେଉଁମାନେ ରାସ୍ତା କଡ଼ରେ ମଦ୍ୟପାନ କରୁଛନ୍ତି, ନିଶାଶକ୍ତ ହୋଇ ରାସ୍ତାରେ ପଡ଼ୁଛନ୍ତି ଅବା ମଦ ପିଇ ଗାଡି ଚଳାଉଛନ୍ତି ସେମାନେ ହୋଇଯାଆନ୍ତୁ ସାଧାନ।  ମଦୁଆ ଧରା ଗାଡ଼ିରେ ସେମାନଙ୍କୁ ଉଠାଇନେଉଛି ପୋଲିସ। ବିଶେଷକରି ପର୍ବ ପର୍ବାଣୀ ସମୟରେ ବ୍ରହ୍ମପୁର ସହରରେ ମଦୁଆମାନେ ନିଶାସକ୍ତ ଅବସ୍ଥାରେ ନାନା ଉତ୍ପାତ ଥାଆନ୍ତି। ଯାହା ଜନସାଧାରଣଙ୍କୁ ଭୟବିତ ଓ ଅସ୍ତବ୍ୟସ୍ତ କରିଥାଏ। ତେଣୁ ଏହାକୁ  ନଜରରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ଏଭଳି ଅଭିନବ ପ୍ରୟାସ ।

ଭଲକରି ଦେଖନ୍ତୁ ଏଗାଡ଼ିକୁ, ଏହି ଗାଡିରେ ଓଡ଼ିଆରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ‘ମଦୁଆ ଧରା ଗାଡି’ । ଗାଡିରେ ଚାଳକଙ୍କ ସହ ପୋଲିସ ଅଧିକାରୀ ମାନେ ରହୁଛନ୍ତି । ମଦୁଆମାନଙ୍କୁ ଧରି ଗାଡି ଭିତରେ ପୁରାଇ ବାହାର ତାଲା ପକାଇ ପକାଇଦେଉଛନ୍ତି । କେବଳ ମଦୁଆ ନୁହେଁ ଜୁଆଡିଙ୍କୁ ମଧ୍ୟ ଏହି ଗାଡି ଉଠାଇ ନେଉଛି ପୋଲିସ । ଯେଉଁମାନେ ମଦ ପିଇ ବେପରୁଆ ଗାଡି ଚଳାଉଛନ୍ତି ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରାଯାଉଥିବା ମଧ୍ୟ କୁହାଯାଉଛି । ତେବେ ପୋଲିସର ଏଭଳି ପଦକ୍ଷେପକୁ ବ୍ରହ୍ମପୁରବାସୀ ସ୍ୱାଗତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ