Masthead

ମୋ ସମୟରେ କଂଗ୍ରେସ ଦୁର୍ବଳ ହୋଇନି: ନିରଞ୍ଜନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ବହୁ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ।ବିଜେଡି ଦଳ ଭଳି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ମୁଁ ପଦରେ ରହିବି ନା ନାହିଁ ଏହା ମୋ ପାର୍ଟିର ଆଭ୍ୟନ୍ତରୀଣ କଥା। ପିପିଲି ଉପନିର୍ବାଚନ ଫଳ କଥା ହାଇକମାଣ୍ଡଙ୍କୁ କହିଛି । ଏଆଇସିସି କିଛି ନିଷ୍ପତ୍ତି ନ ନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି। ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି, ସେଯାଏଁ ନେତୃତ୍ୱ ନେଉଥିବି। ବହୁ ଦିନ ହେବ ସଭାପତି ରହିଲିଣି। ପରିବର୍ତ୍ତନ ହେଇପାରେ। ସଭାପତି ହେବା ପାଇଁ ମଧ୍ୟ ବହୁ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି। ଏନେଇ ମତେ ଏଆଇସିସି ପଚାରିଲେ ମତାମତ ଦେବି। କର୍ମୀ ହତାଶ ହେବାର କିଛି କାରଣ ନାହିଁ। ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ । ଅଥାତ୍ ନିରଞ୍ଜନଙ୍କ ସମୟରେ କଂଗ୍ରେସ ଦୁର୍ବଳ ହୋଇନି ବୋଲି ଗଣମାଧ୍ୟମକୁ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ପିପିଲିରେ କଂଗ୍ରେସ ପ୍ରାର୍ଥୀ ହାରିବା ପରେ କଂଗ୍ରେସ ଭବନରେ ନିରଞ୍ଜନ ହଟାଓ ନାରା ଦିଆଯାିଥିଲା। ତା ସହିତ ନିରଞନଙ୍କ ସପକ୍ଷ ଓ ବିପକ୍ଷବାଦୀ ମାନେ ହାତାହାତି ହୋଇଥିଲେ। ଏହା ପରେ ପିସିସି ସଭାପତି ଏଆଇସିସିକୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି