Masthead

ପଦାରେ ପଡ଼ିଲା ସମବାୟ ଦୁର୍ନୀତି

ବଡମ୍ବା (ବଡ଼ ଖବର ବ୍ୟୁରୋ): ଆଠଗଡ଼ ପରେ ଏବେ ବଡମ୍ବା ଯୋଡୁମୁଁ ସେବା ସମବାୟ ସମିତି ରେ ଚାଷୀ ମାନଙ୍କ ଖାତା ରୁ ଟଙ୍କା ହେରଫେର । ଟଙ୍କା ହେରଫେରର ଦୁର୍ନୀତି ନେଇ ବାଙ୍କୀ ବ୍ୟାଙ୍କର ମୁଖ୍ୟ ପରିଚାଳକ, ଆଠଗଡ଼ ଏଆରସିଏସ ଏବଂ ମାଣିଆବନ୍ଧ ବ୍ରାଞ୍ଚ ମ୍ୟାନେଜରଙ୍କୁ ଘେରିଛନ୍ତି ଯୋଡୁମୁଁ ଗ୍ରାମବାସୀ। ଏନେଇ ସ୍ଥିତି ଅସମ୍ଭାଳ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଯେ ପର୍ଯନ୍ତ ସମସ୍ୟା ର ସମାଧାନ ନ ହୋଇଛି ସେ ଯାଏଁ ଅଫିସରଙ୍କୁ ଛଡା ଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ସେହିପରି ଅନେକ ଲୋକଙ୍କ ଖାତାରୁ ମଧ୍ୟ ଲକ୍ଷାଧିକ ଟଙ୍କା ମନ ଇଛା ପକାଇ ବିଲ୍ କରିଛନ୍ତି ସେକ୍ରେଟେରୀ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଆଠଗଡ ସମବାୟ ଦୁର୍ନୀତି ପରେ ବଡମ୍ବା ଜୁଡୁମୁ ସୋସାଇଟି ରେ ୬ କୋଟି ଟଙ୍କାର ଋଣ ଜାଲିଆତି ଘଟଣା ପଦାକୁ ଆସିଛି ।

ଚାଷୀ ଋଣ ନକରି ମଧ୍ୟ ରୁଣ ସୁଜୁଛନ୍ତି। ଓଡ଼ିଶାର ବହୁ ଚର୍ଚ୍ଚିତ ସମବାୟ ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । ତଥାପି ଚେତୁ ନାହଁନ୍ତି ରାଜ୍ୟ ସରକାର। ଗରିବ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଋଣ ଆଣି ବନ୍ୟା ବାତ୍ୟା ରେ କ୍ଷତି ସହୁଥିବା ବେଳେ ଏବେ ଋଣ ଜାଲିଆତି ର ଶିକାର ହୋଇଛନ୍ତି ବଡ଼ମ୍ବା ବ୍ଲକ ଯୋଡୁମୁ ସେବା ସମବାୟ ସମିତିର ଚାଷୀମାନେ। ସାରା ରାଜ୍ୟରେ ସମବାୟ ଦୁର୍ନୀତି ର ଚେର ଲମ୍ବିଛି। ଗତ ଦୁଇ ବର୍ଷ ହେଲା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗୁରୁଡ଼ିଝାଟିଆରେ ବ୍ୟାପକ ଅନିୟମିତତା ହୋଇଥିବାବେଳେ ଏବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ଯୋଡୁମୁ ସେବା ସମବାୟ ସମିତିରୁ ଚଞ୍ଚକତା କରି ଚାଷୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଥିବା ନଜରକୁ ଆସିଛି।

ଚାଷୀଙ୍କ କହିବା ଅନୁଯାୟୀ ସେମାନେ ଋଣ କରି ଥିବା ଟଙ୍କା ତାଙ୍କୁ ସମିତିର ସମ୍ପାଦକ ନ ଜଣାଇ ନିଜ ଇଚ୍ଛାରେ ଋଣ ନିଅଣ ଦିଅଣ କରିଛନ୍ତି। ଯାହାଫଳରେ କେଉଁ ଚାଷୀର ଆକାଉଣ୍ଟ ରୁ ୧୦ହଜାର ଯାଇଛି ତ , କେଉଁ ଚାଷୀ ଆକାଉଣ୍ଟ ର ୩୦ହଜାର ଯାଇଛି। ତେବେ ଆଗରୁ ଋଣ କରିଥିବା ଚାଷୀଙ୍କ ଖାତାକୁ ନୂଆ ପୁରୁଣା ମଧ୍ୟ କରୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ତେବେ ବଡ଼ମ୍ବା ବ୍ଳକର ଯୋଡୁମୁଁ ପଞ୍ଚାୟତର ଶତାଧିକ ଚାଷୀଙ୍କ ଏହି ଭଳି ସମାନ ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ଯୋଡୁମୁ ସମିତିର ଚାଷୀମାନେ। ତେବେ ଏହି ସମବାୟ ଋଣ ଜାଲିଆତି ଘଟଣା ଏବେ ସାରା ଓଡ଼ିଶାରେ ମହାମାରୀ କରୋନା ସଦୃଶ୍ୟ ମାଡ଼ି ଚାଲିଥିବାବେଳେ ସମବାୟ ବିଭାଗ, ମନ୍ତ୍ରୀ, ଅଥବା ରାଜ୍ୟ ସରକାରଙ୍କ ନିରାବତାକୁ ନିନ୍ଦା କରିଛନ୍ତି ଚାଷୀ ମାନେ। ତେବେ ଆଗକୁ ସରକାର ଏ ଦିଗରେ କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ