Masthead

‘ଅରୁନ୍ଧତି’ରେ ଏଲିନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଓଡିଆ ସିନେ ଜଗତର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଏବେ ଖୁବ୍ ବ୍ୟସ୍ତ ତାଙ୍କ ଆଗାମୀ ମୁଭି ପାଇଁ । ଅନେକ ଭିନ୍ନ ଭିନ୍ନ କ୍ୟାରେକ୍ଟରରେ ସେ ପରଦା ଉପରେ ଧମାଲ କରିସାରିବା ପରେ ଏବେ ପୁଣି ଗୋଟେ ନୂଆ ରୁପରେ ଆସୁଛନ୍ତି ଏଲିନା । ଦଶହରାରେ ରିଲିଜ୍ ହେବାକୁ ଯାଉଛି ଏଲିନାଙ୍କର ନୂଆ ମୁଭି ‘ଅରୁନ୍ଧତି’ । ଏହା ଏକ ଆକ୍ସନ୍ ବେସଡ୍ ମୁଭି ହୋଇଥିବାବେଳେ ଏଥିରେ ଏଳିନାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ବର୍ତ୍ତମାନ ମୁଭିର ସୁଟିଂରେ ଖୁବ୍ ବିଜି ଏଲିନା । ସୁଟିଂ ସେଟର କିଛି ଫଟୋ ବି ସେ ସେୟାର କରିଛନ୍ତି ଫ୍ୟାନ୍ସଙ୍କ ସହ । ଯାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ତା ସହ ମୁଭିର ଏକ ଦମଦାର ପୋଷ୍ଟର ଏବଂ ଟ୍ରେଲର ବି ରିଲିଜ୍ ହୋଇ ସାରିଛି । ଟ୍ରେଲରେ ଏଲିନାଙ୍କ ଦମଦାର ଲୁକ୍ ସାମ୍ନାକୁ ଆସିଛି ।

ରମେଶ ବାରିକ୍ ଓ ଅଜିତାଭ ମଲ୍ଲିକଙ୍କ ମିଳିତ ପ୍ରଯୋଜନାରେ ତିଆରି ହୋଇଛି ଏହି ମୁଭି । ତା ଛଡା ମୁଭିର ସବୁ ସଙ୍ଗ ଗୁଡିକୁ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ମ୍ୟୁଜିକ୍ ବାଦଶାହ ଅଭିଜିତ୍ ମଜୁମଦାର । ଏଥର ପୂଜା ବଜାରରେ ଅରୁନ୍ଧତୀ ହେଉଛି ସବୁଠାରୁ ବିଗ୍ ବଜେଟ୍ ମୁଭି । ଏଥିରେ ଏଲିନାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ରଜବୀର । ତେବେ ଏଲିନାଙ୍କ ସବୁ ଫିଲ୍ମ ଭଳି ଏହି ଫିଲ୍ମ ବି ଦର୍ଶକଙ୍କର ବେଶ୍ ମନଛୁଆଁ ହେବ ବୋଲି ଆଶା ରଖିଛନ୍ତି ଦର୍ଶକ ।

ତେବେ ‘କିଏ ହେବ ମୋ ହିରୋଇନ’ର ମୁକୁଟ ବିଜୟିନୀ ଏଲିନା ସମାନ୍ତରାୟ ଫିଲ୍ମ ‘ଇସ୍କ୍ ତୁ ହି ତୁ’ ମାଧ୍ୟମରେ ବଡ ପରଦାକୁ ଏଣ୍ଟ୍ରି କରି ଏବେ ବେଶ୍ ସଫଳତାର ସହ ଆଗକୁ ବଢି ଚାଲିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ସୁପରହିଟ୍ ହେବା ପରେ ସେ ବ୍ୟାକ୍ ଟୁ ବ୍ୟାକ୍ ନଜର ଆସିଥିଲେ ଅନେକ ଦମଦାର ମୁଭିରେ । କେହି ନୁହେଁ କାହାର, ଜଗା ହାତରେ ପଘା, ଲଭ୍ ଷ୍ଟେସନ୍, ଝିଅଟା ବିଗିଡି ଗଲା, ଅଭୟ ଭଳି ଅନେକ ସୁପର ହିଟ୍ ମୁଭିରେ ନଜର ଆସିଛନ୍ତି ଏଲିନା । ଓଲିଉଡର ମେଗାଷ୍ଟାର ଅନୁଭବ, ଚକଲେଟ୍ ହିରୋ ବାବୁଶାନଙ୍କ ସମେତ ଅନେକ ଆକ୍ଟରଙ୍କ ସହ ସେ ସ୍କ୍ରିନ୍ ସେୟାର କରି ସାରିଛନ୍ତି । ତେବେ ବର୍ତ୍ତମାନ ସେ ପୁଣି ଏକ ଧମାଲ କରିବାକୁ ଆସୁଛନ୍ତି ସ୍କ୍ରିନକୁ । ଏହା ବ୍ୟତିତ ତାଙ୍କ ହାତରେ ଏବେ ରହିଛି ଅନେକ ଗୁଡିଏ ଫିଲ୍ମର ଅଫର । ଡୁପ୍ଲିକେଟ୍ ଭଗବାନ୍, ପ୍ରେମ ଦ୍ୱିୱାନୀ, ପ୍ରେମରେ ମୁଁ ଏମ୍ ବି ବିଏସ୍, ଗଜପତି ଭଳି କିଛି ମୁଭିରେ ଆଗକୁ ନଜର ଆସିବେ ଏଲିନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ