Masthead

ଜେଲରେ କ୍ୱାରେଣ୍ଟାଇନରେ ଆର୍ୟନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିନା ବାଛ ବିଚାରରେ ଏନସିବିର ନିରନ୍ତର କାର୍ଯ୍ୟାନୁଷ୍ଠାନ । ଜେଲରେ ୫ଦିନିଆ କ୍ୱାରେଣ୍ଟାଇନରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ୍ । ଆର୍ୟନଙ୍କ ବେଲ୍ ଖାରଜ ପରେ ମୁମ୍ବାଇ ଆର୍ଥର ରୋଡ ଜେଲରେ ଏବେ ଜୁନିଅର ଖାନ୍ । ସେପଟେ ଖୋଳତାଡ଼ ସମୟରେ ଅନେକ ପରିମାଣର ନିଶାଦ୍ରବ୍ୟ ଜବତ କରିଛି ଏନସିବି ।

ଆର୍ୟ୍ୟନ ଖାନଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ୬ ଗ୍ରାମ ଚରସ ନିଜ ଜୋତାରେ ନେଇଥିବା ଖୋଳତାଡରୁ ଜଣାପଡିଛି। କର୍ଡେଲିଆ କ୍ରୁଜରେ ଏହି ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ରେଡ କରିଥିଲା ଏନସିବି । ଏଥିରେ ଆର୍ୟ୍ୟନ, ଅର୍ବାଜଙ୍କ ସହ ୧୬ ଜଣଙ୍କୁ ଗିରଫ କରାଯାଇଛି । ବୟାନ ରେକର୍ଡ ବେଳେ ଆର୍ୟ୍ୟନ୍ ଓ ଅରବାଜ ମିଶି ଡ୍ରକ୍ସ ଓ ଚରସ୍ ସେବନ କରନ୍ତି ବୋଲି ମାନିଥିବା ଏନସିବି ପକ୍ଷରୁ ସୂଚନା ରହିଛି । ଏପରିକି ଚରସ ନେଇଥିବା କଥା ମଧ୍ୟ ଏନସିବି ଆଗରେ ସ୍ୱୀକାର କରିଛନ୍ତି ଆର୍ୟନ ଖାନ୍ ।

ଏନସିବି ସ୍କାନରରୁ ବାଦ ପଡିନାହାନ୍ତି ଶାହରୁଖ ଖାନଙ୍କ କର୍ମଚାରୀ । ଆର୍ୟନଙ୍କ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସେପଟେ କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟ୍ୟନ୍ ଖାନଙ୍କୁ ଗିରଫ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟାର୍ଗେଟରେ ଏବେ ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରି । ଖତ୍ରିଙ୍କ ଘର ଓ କାର୍ୟ୍ୟାଳୟରେ ଏନସିବି ଚଢାଉ କରିଛି । ତାଙ୍କୁ ଏନସିବି ମୁମ୍ବାଇରେ ପଚରାଉଚରା କରିଥିବା ଜଣାପଡିଛି । ଏହାରିଭିତରେ ଘଟଣାକୁ ନେଇ ତୀବ୍ର ହୋଇଛି ରାଜନୀତି ।

ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ପ୍ରେସମିଟ୍ କରିଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ । ଚଢାଉରେ ୧୧ ଜଣଙ୍କୁ ହେପାଜତରେ ନିଆଯାଇଥିଲା। ମାତ୍ର ପରେ ଏଜେନ୍ସି ତିନି ଜଣଙ୍କୁ ଛାଡି ଦେଇଛି। ଏମିତି କାହିଁକି। ଏନସିବି ରେଡ୍‌ର ଯାଞ୍ଚ ଆବଶ୍ୟକ କହି ଏନସିବି ଉପରେ ବର୍ଷିଛନ୍ତି ନବାବ ମଲ୍ଲିକ । କେବଳ ଏତିକି ନୁହେଁ ଏନସିବିର ମୁଖ୍ୟ ସମୀର ଓ୍ଵାଙ୍ଖେଡେ ଏବଂ ବିଜେପି ନେତାଙ୍କ ମଧ୍ୟରେ ସଂପର୍କ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଏହି ଡ୍ରଗ୍ସ ଲିଙ୍କର ଚେର କେତେ ବାଟ ଲମ୍ବିଛି ସେନେଇ ଅଧିକ ଖୋଳତାଡ଼ ଚଳାଇଛି ଏନସିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି