Masthead

ବିଦ୍ୟାଭାରତୀ ହିଁ ଅଭିଯୁକ୍ତ!

ଗଜପତି(ବଡ଼ ଖବର ବ୍ୟୁରୋ): ଦୁଇ ଦିନରେ ୨ଟି ବୟାନ । ସାମ୍ନାକୁ ଆସିଲେ, ବୟାନ ଦେଲେ । ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଖୁଲାସା । କ୍ରାଇମବ୍ରାଞ୍ଚର କାଉଣ୍ଟରରେ ବିଦ୍ୟାଭାରତୀ । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ବଞ୍ଚାଇବାକୁ ଉଦ୍ୟମ କରିନଥିଲେ ବିଦ୍ୟାଭାରତୀ । ଡିଏଫଓ ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର କ୍ଲିନଚିଟ୍ ପରେ ବିବାଦ ଘେରରେ ବିଦ୍ୟାଭାରତୀ ।

ସିଆରପିସି ଧାରା ୪୧ରେ ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଜେରା ରିପୋର୍ଟ, କଲ ରେକର୍ଡ଼, ପୋଷ୍ଟମର୍ଟମ ରିପୋର୍ଟ ସହ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଦାଖଲ କରାଯାଇଛି । ସୌମ୍ୟଙ୍କ ମୃତ୍ୟୁ ଦିନ କାହିଁକି ଶରୀରରେ ଯଥେଷ୍ଟ ପାଣି ପକାଇ ନଥିଲେ ବିଦ୍ୟାଭାରତୀ? ନିଆଁ ଲିଭାଇବାକୁ କାହିଁକି ବିଦ୍ୟା ତତ୍ପରତା ଦେଖାଇ ନଥିଲେ ।

ବିଦ୍ୟା ଉପସ୍ଥିତ ଥାଇ ମଧ୍ୟ ସୌମ୍ୟଙ୍କ ଶରୀର ୯୫ ଅଂଶ କିପରି ପୋଡ଼ିଲା? କାହିଁକି ଅନ୍ୟମାନଙ୍କର ସାହାଯ୍ୟ ନେଇନଥିଲେ ବିଦ୍ୟାଭାରତୀ । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । କ୍ରାଇମବ୍ରାଞ୍ଚ ଉପରେ ପ୍ରଥମରୁ ବିଶ୍ୱାସ ନଥିବା ସୌମ୍ୟଙ୍କ ପରିବାର ଲୋକେ ଏବେ କ୍ରାଇମବ୍ରାଞ୍ଚର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଡିଏଫଓଙ୍କୁ କ୍ଲିନଚିଟ୍ ଦେବା ପଛରେ ରହିଛି କି ରାଜନୈତିକ ହାତ? କାହିଁକି ଡିଏଫଓଙ୍କୁ ଦିଆଗଲା କ୍ଲିନଚିଟ୍? ବହୁ ଅଭିଯୋଗ ସତ୍ତେ୍ୱ ମଧ୍ୟ କାହିଁକି ଏହି ମାମଲାରୁ ବିଦା ହେଲେ ଡିଏଫଓ? ଏହା ପଛରେ ନାହିଁ ତ ମନ୍ତ୍ରୀଙ୍କ ହାତ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । ବହୁ କଳ୍ପନା ଜଳ୍ପନା ଉପରେ ପରେ ସୌମ୍ୟ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲେ ପ୍ରଥମ ଅଭିଯୁକ୍ତ । ବିଦ୍ୟାଭାରତୀଙ୍କୁ ଦୋଷୀ ବନାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦିଆଯାଉନି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି