Masthead

ମାଲକାନଗିରିରେ ରେକର୍ଡ କରୁଛି ପେଟ୍ରୋଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବଢିବାରେ ଲାଗିଛି । ଲଗାତାର ୫ ଦିନ ହେଲା ଏହି ଇନ୍ଧନ ଦରକୁ କମ୍ପାନୀ ଗୁଡିକ ବଢାଇ ଚାଲିଛନ୍ତି । ଫଳରେ ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ନୂଆ ରେକର୍ଡ କରିଚାଲିଛି । ଶନିବାର ପେଟ୍ରୋଲ ଦର ଲିଟର ପିଛା ୩୦ ପଇସା ଏବଂ ଡିଜେଲ ଦର ୩୫ ପଇସା ବଢିଛି । ଏଥିଯୋଗୁ ଦେଶର ପ୍ରଥମ ମହାନଗର ଭାବେ ମୁମ୍ବାଇରେ ଡିଜେଲ ଦର ୧୦୦ ଟଙ୍କା ଟପିଯାଇଛି।

ମୁମ୍ବାଇରେ ଆଜି ଡିଜେଲ ଦର ୧୦୦ ଟଙ୍କା ୨୯ ପଇସାରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ୯୨ଟଙ୍କା ୪୭ ପଇସା ରହିଛି । ଚେନ୍ନାଇରେ ଡିଜେଲ ଦର ୯୬ ଟଙ୍କା ୯୩ ପଇସା ଥିବାବେଳେ କୋଲକାତାରେ ୯୫ଟଙ୍କା ୫୮ ପଇସା ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୧୦୯ ଟଙ୍କା ୮୩ ପଇସା ଛୁଇଁଥିବାବେଳେ ଦିଲ୍ଲୀରେ ୧୦୩ଟଙ୍କା ୮୪ ପଇସା ଛୁଇଁଛି ।

ଏଥିସହିତ କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୨ ପଇସା ଏବଂ ଚେନ୍ନାଇରେ ୧୦୧ଟଙ୍କା ୨୭ ପଇସାରେ ପହଞ୍ଚିଛି । ଭୁବନେଶ୍ୱରରେ ବି ତେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ପେଟ୍ରୋଲ ଦର ୧୦୪ ଟଙ୍କା ୭୭ରେ ଏବଂ ଡିଜେଲ ଦର ୧୦୦ଟଙ୍କା ୮୭ ପଇସା ଛୁଇଁଛି । ସେହିଭଳି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର୧୧୦ ଟଙ୍କା ୩୩ ପଇସା ଏବଂ ଡିଜେଲ ଦର ୧୦୬ ଟଙ୍କା ୨୫ ପଇସାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ