Masthead

ପ୍ରକୃତିର କୋପ ଦୃଷ୍ଟିରେ ୩୨୬ ଗାଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅଧିକାଂଶ ସମୟରେ ବାତ୍ୟା , ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ଭୟ ଲାଗି ରହିଛି । ଏପରି ସ୍ଥଳେ ସୁନାମି ଆଉ ଏକ ବିପତ୍ତି ଭାବେ ଉଭା ହୋଇ ଛିଡ଼ା ହେଲାଣି । ବିଶେଷ କରି ୬ ଉପକୂଳ ଜିଲାର ସମୁଦ୍ର କୂଳିଆ ଗ୍ରାମ ଗୁଡ଼ିକ ପ୍ରତି ଅଧିକ ବିପଦ ରହିଛି । ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାର ୩୨୬ ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ ହୋଇଛି ।

ସେହି ଗ୍ରାମ ଗୁଡ଼ିକରୁ ଲୋକେମାନଙ୍କୁ କିପରି ରକ୍ଷା କରାଯାଇପାରିବ ସେନେଇ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏଏସଡିଏମଏ) ଉପକୂଳବର୍ତ୍ତି ୬ ଜିଲ୍ଲା ସମେତ ପୁରୀ, କୋଣାର୍କ, ପାରାଦୀପ, ଗୋପାଳପୁର ଏବଂ ଗଞ୍ଜାମ ଏନଏସିରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ସୁନାମିରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କ ସହ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ୧୨୨ ଗ୍ରାମରେ ଥିବା ଶିକ୍ଷକ, ବିଡିଓ, ସାପଞ୍ଚ, ପିଏସମେମ୍ବର, ଗ୍ରାମବାସୀ, ୱାଡମେମ୍ବର, ଏସଏସଜି ଗୋଷ୍ଠୀଙ୍କୁ ତାଲିମ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସରକାର ୭୦୧୭ କୋଟି ଟଙ୍କା ପ୍ରଦାପ କରିଛନ୍ତି । ଏସଏମଏସ, ଡିଜିଟାଲ ରେଡିଓ, ଏବଂ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସୁନାମି ଆସିବା ପୂର୍ବରୁ ସତର୍କ ସୂଚନା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ