Masthead

ପ୍ରକୃତିର କୋପ ଦୃଷ୍ଟିରେ ୩୨୬ ଗାଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅଧିକାଂଶ ସମୟରେ ବାତ୍ୟା , ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ଭୟ ଲାଗି ରହିଛି । ଏପରି ସ୍ଥଳେ ସୁନାମି ଆଉ ଏକ ବିପତ୍ତି ଭାବେ ଉଭା ହୋଇ ଛିଡ଼ା ହେଲାଣି । ବିଶେଷ କରି ୬ ଉପକୂଳ ଜିଲାର ସମୁଦ୍ର କୂଳିଆ ଗ୍ରାମ ଗୁଡ଼ିକ ପ୍ରତି ଅଧିକ ବିପଦ ରହିଛି । ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାର ୩୨୬ ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ ହୋଇଛି ।

ସେହି ଗ୍ରାମ ଗୁଡ଼ିକରୁ ଲୋକେମାନଙ୍କୁ କିପରି ରକ୍ଷା କରାଯାଇପାରିବ ସେନେଇ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏଏସଡିଏମଏ) ଉପକୂଳବର୍ତ୍ତି ୬ ଜିଲ୍ଲା ସମେତ ପୁରୀ, କୋଣାର୍କ, ପାରାଦୀପ, ଗୋପାଳପୁର ଏବଂ ଗଞ୍ଜାମ ଏନଏସିରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ସୁନାମିରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କ ସହ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ୧୨୨ ଗ୍ରାମରେ ଥିବା ଶିକ୍ଷକ, ବିଡିଓ, ସାପଞ୍ଚ, ପିଏସମେମ୍ବର, ଗ୍ରାମବାସୀ, ୱାଡମେମ୍ବର, ଏସଏସଜି ଗୋଷ୍ଠୀଙ୍କୁ ତାଲିମ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସରକାର ୭୦୧୭ କୋଟି ଟଙ୍କା ପ୍ରଦାପ କରିଛନ୍ତି । ଏସଏମଏସ, ଡିଜିଟାଲ ରେଡିଓ, ଏବଂ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସୁନାମି ଆସିବା ପୂର୍ବରୁ ସତର୍କ ସୂଚନା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି