କେନ୍ଦୁଝର(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ବିଧାୟକଙ୍କୁ ବୋମାମାଡ । ବିଧାୟକ ମୋହନ ମାଝୀଙ୍କୁ ଗାଡି ଉପରକୁ ବୋମାମାଡ ହୋଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ବୋମାମାଡ ହୋଇଛି । ତେବେ ବିଧାୟକଙ୍କ ଗାଡି ସମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବଳେ ବିଧାୟକ ସୁରକ୍ଷିତ ଅଛନ୍ତି ।
ବିଧାୟକଙ୍କ କହିବା ଅନୁଯାୟୀ, ସେ ଭରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ । ଦିନ ୧୧ଟା ୪୦ ପର୍ଯ୍ୟନ୍ତ ବୈଠକରେ ଥିଲେ । ତେବେ ୧୨ ଟା ପାଖାପାଖି ଏକ ଗାଡିରେ ଦୁର୍ବୃତ୍ତ ମାନେ ଆସି ତାଙ୍କ ଗାଡି ଉପରକୁ ବୋମାମାଡ କରିଥିଲେ । ବିଧାୟକ ମୋହନ ମାଝୀଙ୍କ ଗାଡି ସାମ୍ନାରେ ବୋମା ବାଜିଥିଲା ।
ସୂଚନା ଅନୁଯାୟୀ ବୋମାମାଡ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଧାୟକଙ୍କ ପିଏସଓ ଗାଡିରୁ ଓହ୍ଲାଇ ପିଛା କରିଥିଲେ । କିନ୍ତୁ ସେମାନେ ବାଇକରେ ବସି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ପରେ ବିଧାୟକ ତାଙ୍କୁ ପିଛା କରିଥିଲେ । ହେଲେ ସେମାନଙ୍କୁ ଧରି ପାରି ନଥିଲେ । ପରେ ବିଧାୟକ ମୋହନ ମାଝୀ କେନ୍ଦୁଝର ଟାଉନ ଥାନାରେ ଆସି ଅଭିଯୋଗ କରିଥିଲେ ।