Masthead

ଆଦିବାସୀଙ୍କୁ ଭୂଆଁ ବୁଲାଉଛନ୍ତି ସରକାରୀ ବାବୁ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ବିଜୁ ପକ୍କାଘର ନାମରେ ଆଦିବାସୀଙ୍କୁ ଭୁଆ ବୁଲାଉଛନ୍ତି ସରକାରୀ ବାବୁ । ବିଜୁବାବୁଙ୍କ ଫଟୋଚିତ୍ର ଦେଇ କାର୍ଯ୍ୟାଦେଶ ବାଣ୍ଟୁଛନ୍ତି । ପରେ ବଷ ର୍ବର୍ଷ ଧରି ଦିନ ଗଡାଇ ଚାଲୁଛନ୍ତି । ଟଙ୍କା ନଦେଇ ଫାଇଲ ବନ୍ଦ କରିଦେଉଛନ୍ତି ବିଭଗୀୟ ଅଧିକାରୀ । ଘରଟିଏ ପାଇଁ ଅପେକ୍ଷା କରିଥିବା ଗରିବ ଆଦିବାସୀ ଟିଏ ଦେଖିଥିବା ସ୍ୱପ୍ନ କର୍ମଚାରୀ ଏବଂ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମଉଳି ଯାଉଛି । ମିଳିଥିବା କାର୍ଯ୍ୟାଦେଶକୁ ଭରଷା କରି ନିଜର ସର୍ବସ୍ୱ ହରାଇବା ପରେ ଜଙ୍ଗଲରେ ଦିନ କାଟୁଛନ୍ତି । କେହି ବାସହରା ରହିବେ ନାହିଁ । ସଭିଙ୍କ ମୁଣ୍ଡ ଉପରେ ରହିବ ଛାତ । ମାତ୍ର ଏହା ପ୍ରହସନ ଛଡା ଆଉ କ’ଣ ହୋଇପାରେ । ରାୟଗଡ ବ୍ଲକ‏ ପିପଲଗୁଡା ଗାଁର କଙ୍ଗା ମାଣ୍ଡାଙ୍ଗି । ୨୦୧୮ ମାର୍ଚ୍ଚ ୪ରେ ବିଜୁ ପକ୍କାଘର ନିର୍ମାଣ ପାଇଁ ବିଜୁବାବୁଙ୍କ ଫଟୋଚିତ୍ର ଥିବା କାର୍ଯ୍ୟାଦେଶ କଙ୍ଗାଙ୍କୁ ଦିଆଗଲା ।

ମୋଟ ୧ଲକ୍ଷ ୩୦ହଜାର ଟଙ୍କାରେ ଘର କରିବା ପାଇଁ ଅଣ୍ଟା ଭିଡିଲେ କଙ୍ଗା । ମାତ୍ର କିସ୍ତି ଅନୁଯାଇ ଟଙ୍କା ମିଳିଲା ନାହିଁ । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥକିଗଲେ କଙ୍ଗା । ତଥାପି ସୁଫଳ ମିଳିଲା ନାହିଁ । ପୂର୍ବପୂରୁଷ ସନ୍ତକ ସ୍ୱରୁପ ଥିବା ଜମି ସହ, ସ୍ତ୍ରୀର ଗହଣା, ପୋଢ଼, ଛେଳି ବିକ୍ରିକରି ଫାଉଣ୍ଡେସନ ଏବଂ ପିଲର ପକାଇବା ଆରମ୍ଭ କଲେ । ପିଲର କାର୍ଯ୍ୟ ସରିଗଲା କିନ୍ତୁ ପ୍ରଥମ କିସ୍ତି ୨୦ହଜାର ଟଙ୍କା ମିଳିପାରିଲା ନାହିଁ । ଗୋଟିଏ ବର୍ଷ ବିତିଗଲା । କାର୍ଯ୍ୟାଳୟକୁ ଧାଇଁଧାଇଁ ନୟାନ୍ତ ହୋଇଗଲେ । କିନ୍ତୁ ଟଙ୍କା ମିଳିଲା ନାହିଁ । ଇତିମଧ୍ୟରେ ୩ବର୍ଷ ବିତିଗଲା । କଙ୍ଗା ସର୍ବହରା ହୋଇଗଲେ ।

ଏବେ ଜଙ୍ଗଲରେ ପରିବାର ସହ ଦିନ କାଟୁଛନ୍ତି କଙ୍ଗା ମଣ୍ଡାଙ୍ଗି ଏବଂ ତାଙ୍କ ପରିବାର । କଥାକଥାକେ ବିଜୁବାବୁଙ୍କ ସ୍ୱପ୍ନର କଥା କୁହାଯାଉଛି । ଆଦିବାସୀଙ୍କ ବିକାଶର ନାରା ଦିଆଯାଉଛି । କିନ୍ତୁ ରାୟଗଡ଼ା ଜିଲାରେ ଏଭଳି ଅଧାପନ୍ତରିଆ କେତେଯେ ଘର ରହିଛି ତାହାର ହିସାବ ନାହିଁ । ପରିଣାମ ସ୍ୱରୁପ ବ୍ୟବସ୍ଥା ଉପରୁ ଆସ୍ଥା ହରାଇବାରେ ଲାଗିଛନ୍ତି ହିତାଧିକାରୀ ।

ତେବେ ଅତିଶୀଘ୍ର ସେହି ଫାଇଲ ଖୋଲାଯାଇ କଙ୍ଗା ମାଣ୍ଡାଙ୍ଗିଙ୍କୁ ଘର ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଲକ୍ଷ୍ମୀକାନ୍ତ ସାବତ କହିଛନ୍ତି ।ସରକାରୀ ଯୋଜନାକୁ ବାସ୍ତବ ରୂପ ଦେବେ ସରକାରୀ ବାବୁ । ମାତ୍ର ସେମାନଙ୍କ ଆନ୍ତରିକତା ଅଭାବରୁ ଯୋଗ ହିତାଧିକାରୀ ସୁଫଳ ପାଉ ନାହାନ୍ତି । ସରକାରୀ ବାୁଙ୍କ ମିଥା ରିପୋର୍ଟକୁ ଆଧାର କରି ସରକାର ନେଉଛି ବା ହା ବା ହା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ