Masthead

ବରୁଣଙ୍କ ତେର୍ଚ୍ଛା ବାଣ

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ଘଟଣାକୁ ସାମ୍ପ୍ରଦାୟିକ ଦିଗ ଦେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର । ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ ପଦରୁ ଓହରି ଏବେ ବିଜେପି ବିରୋଧରେ କହୁଥିବାର ନଜର ଆସୁଛନ୍ତି ବରୁଣ ଗାନ୍ଧି । ଏକ ମନ୍ତବ୍ୟରେ ଆଜି ଅଜୟ ମିଶ୍ରା ଲଖିମପୁର ଖେରୀରେ ହୋଇଥିବା ଘଟଣାରେ ପ୍ରତିକ୍ରିୟା ରଖି ସେଠାରେ ଥିବା ଚାଷୀଙ୍କୁ ଖଲିସ୍ତାନୀ ବୋଲି କହିଛନ୍ତି ଅଜୟ । ଯାହାକୁ ଟାର୍ଗେଟ କରିଛନ୍ତି ବରୁଣ । ବରୁଣ ଅଜୟଙ୍କ ନାଁ ନନେଇ କହିଛନ୍ତି ଯେ, ଏହି ଘଟଣାକୁ ଏକ ସାମ୍ପ୍ରଦାୟିକ ରଙ୍ଗ ଦିଆଯାଉଛି ।

ତେବେ ଦେଶ ବ୍ୟାପି ଆକ୍ରୋଶ ଏବଂ ସୁପ୍ରିମକୋର୍ଟଙ୍କ ତୀବ୍ର ମନ୍ତବ୍ୟ ପରେ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଦୀର୍ଘ ୧୨ ଘଣ୍ଟାର ମାରାଥନ ଜେରା ପରେ ଗିରଫ କରିଛି ପୋଲିସ । ତେବେ ଏହା ଆଗରୁ ମଧ୍ୟ ବରୁଣ ଲଖିମପୁର ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଦେଶ ଏବେ ସଂଗ୍ରାମ କରୁଛି ବୋଲି କହିଛନ୍ତି ବରୁଣ ।

ସେହିପରି କେନ୍ଦ୍ରର ନୂତନ ଚାଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ସମୟରେ ବରୁଣ ଗାନ୍ଧୀ କ୍ରମାଗତ ଭାବରେ ଚାଷୀଙ୍କ ସମର୍ଥନରେ କହୁଛନ୍ତି। କେବଳ ଏତିକି ନୁହେଁ ଲଖିମପୁର ହିଂସା ଘଟଣାରେ, ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ସିବିଆଇ ଯାଞ୍ଚ ଏବଂ ମୃତ ଚାଷୀଙ୍କ ପରିବାର ପାଇଁ ୧ କୋଟି କ୍ଷତିପୂରଣ ମାଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ