ବରୁଣଙ୍କ ତେର୍ଚ୍ଛା ବାଣ

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ଘଟଣାକୁ ସାମ୍ପ୍ରଦାୟିକ ଦିଗ ଦେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର । ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ ପଦରୁ ଓହରି ଏବେ ବିଜେପି ବିରୋଧରେ କହୁଥିବାର ନଜର ଆସୁଛନ୍ତି ବରୁଣ ଗାନ୍ଧି । ଏକ ମନ୍ତବ୍ୟରେ ଆଜି ଅଜୟ ମିଶ୍ରା ଲଖିମପୁର ଖେରୀରେ ହୋଇଥିବା ଘଟଣାରେ ପ୍ରତିକ୍ରିୟା ରଖି ସେଠାରେ ଥିବା ଚାଷୀଙ୍କୁ ଖଲିସ୍ତାନୀ ବୋଲି କହିଛନ୍ତି ଅଜୟ । ଯାହାକୁ ଟାର୍ଗେଟ କରିଛନ୍ତି ବରୁଣ । ବରୁଣ ଅଜୟଙ୍କ ନାଁ ନନେଇ କହିଛନ୍ତି ଯେ, ଏହି ଘଟଣାକୁ ଏକ ସାମ୍ପ୍ରଦାୟିକ ରଙ୍ଗ ଦିଆଯାଉଛି ।

ତେବେ ଦେଶ ବ୍ୟାପି ଆକ୍ରୋଶ ଏବଂ ସୁପ୍ରିମକୋର୍ଟଙ୍କ ତୀବ୍ର ମନ୍ତବ୍ୟ ପରେ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଦୀର୍ଘ ୧୨ ଘଣ୍ଟାର ମାରାଥନ ଜେରା ପରେ ଗିରଫ କରିଛି ପୋଲିସ । ତେବେ ଏହା ଆଗରୁ ମଧ୍ୟ ବରୁଣ ଲଖିମପୁର ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଦେଶ ଏବେ ସଂଗ୍ରାମ କରୁଛି ବୋଲି କହିଛନ୍ତି ବରୁଣ ।

ସେହିପରି କେନ୍ଦ୍ରର ନୂତନ ଚାଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ସମୟରେ ବରୁଣ ଗାନ୍ଧୀ କ୍ରମାଗତ ଭାବରେ ଚାଷୀଙ୍କ ସମର୍ଥନରେ କହୁଛନ୍ତି। କେବଳ ଏତିକି ନୁହେଁ ଲଖିମପୁର ହିଂସା ଘଟଣାରେ, ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ସିବିଆଇ ଯାଞ୍ଚ ଏବଂ ମୃତ ଚାଷୀଙ୍କ ପରିବାର ପାଇଁ ୧ କୋଟି କ୍ଷତିପୂରଣ ମାଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’