Masthead

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ):  କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ । ପିଲାଜନ୍ମ କରିବାରେ ମହିଳାମାନେ ଆଗ୍ରହୀ ନୁହଁନ୍ତି ବୋଲି କହି ନୂଆ ବିବାଦ ସୃଷ୍ଟି କରିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର । ସେ କହିଛନ୍ତି ଯେ, ଏବେକାର ଆଧୁନିକ ମହିଳାମାନେ ପିଲାଜନ୍ମ କରିବାକୁ ରାଜି ହେଉନାହାଁନ୍ତି । ସେମାନେ ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି । ଆଉ ବାହାହେବା ପରେ ପିଲାଜନ୍ମ କରିବାକୁ ରାଜି ହେଉନାହାଁନ୍ତି । ସେମାନେ ସରୋଗେସି ମାଧ୍ୟମରେ ପିଲାଜନ୍ମ କରିବାକୁ ଚାହୁଁଛନ୍ତି ।

ତେବେ ବେଙ୍ଗାଲୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ବିବାଦୀୟ ବୟାନ ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ଦୁଃଖର କଥା ହେଲା ଭାରତରେ ଆମେମାନେ ବାପାମାଆଙ୍କୁ ପାଖରେ ରଖିବାକୁ ଚୀହୁଁନାହୁଁ । ମନ୍ତ୍ରୀଙ୍କ ଏହି ବୟାନ ଏବେ ବେଶ ଚର୍ଚ୍ଚାରେ । ବିବାଦୀୟ ବୟାନରେ ସେ କହିଛନ୍ତି, ଅଧିକାଂଶ ମହିଳା ସରୋଗେସି ଦ୍ୱାରା ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି । ଭାରତୀୟ ସମାଜ ଉପରେ ପାଶ୍ଚାତ୍ୟ ପ୍ରଭାବକୁ ଦାୟୀ କରି ମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ଚାହୁଁନାହାଁନ୍ତି ସେମାନଙ୍କ ପିତାମାତା ସେମାନଙ୍କ ସହ ରୁହନ୍ତୁ । ଭାରତରେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରି ସୁଧାକର କହିଛନ୍ତି ଯେ, ପ୍ରତ୍ୟେକ ୭ଜଣ ଭାରତୀୟଙ୍କର ଏହି ମାନସିକ ସମସ୍ୟା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!