Masthead

ଜେଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଜାମୁଝରି ମୁକ୍ତାକାଶ ଆଶ୍ରମରେ ଆଜୀବନ ସଜ୍ଜା କାଟୁଥିବା ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଚନ୍ଦକା ପୋଲିସ । ମୃତକ ଜଣକ ହେଲେ ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳର ନନ୍ଦ ଛୋତି ( ୫୫ ) । ଘଟଣାସ୍ଥଳରେ ଚନ୍ଦକା ପୁଲିସ ପହଞ୍ଚି ଶବ ଜବତ ଏକ ଅପାମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସର ସୂଚନା ଅନୁସାରେ, ୧୯୯୯ ମସିହାରେ ନିଜ ମା’କୁ ହତ୍ୟା କରିବା ଅଭିଯୋଗରେ କୋରାପୁଟ ଜେଲରେ ସଜ୍ଜା କାଟୁଥିଲେ ନନ୍ଦ । ୨୦୧୨ ମସିହାରେ ନନ୍ଦଙ୍କୁ ଭୁବନେଶ୍ୱର ଉପକଣ୍ଠରେ ଥିବା ମୁକ୍ତାକାଶ ଆଶ୍ରମକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଶ୍ରମରେ ସମସ୍ତ ଅନ୍ତେବାସୀଙ୍କ ସହ ଭଲ ବ୍ୟବହାର ଦେଖାଉଥିବା ଅଚାନକ ଆତ୍ମହତ୍ୟା କରିବା ଘଟଣାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି। ସେପଟେ ନନ୍ଦ ଗତ କିଛି ମାସ ହେଲା ମାନସିକ ଚାପଗ୍ରସ୍ତରେ ଥିବା ବେଳେ ସେ ଆତ୍ମହତ୍ୟା କରିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ଆଜି ସକାଳେ ପରିବାର ଲୋକେ ପହଞ୍ଚିବା ପରେ ମାଜିଷ୍ଟ୍ରେଟ ଏବଂ ଏକ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ନନ୍ଦ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ