Masthead

ବିଜେପିରେ ସାମିଲ ହେଲେ ଓମାର ଅବଦୁଲ୍ଲାଙ୍କ ପୂର୍ବତନ ଉପଦେଷ୍ଟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ କିଛି ଦିନ ମଧ୍ୟରେ ଅନେକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କେତେବେଳେ ସ୍କୁଲ ଭିତରକୁ ପ୍ରବେଶ କରି ଶିକ୍ଷକଙ୍କୁ ହତ୍ୟା କରାଯାଉଛି ତ ଆଉ କେତେବେଳେ କାଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରାଯାଉଛି । ଏହା ମଧ୍ୟରେ କାଶ୍ମୀରରେ ବିଜେପିର ଦବଦବା ବଢିବାରେ ଲାଗିଛି । ନେସନାଲ କନଫରେନ୍ସ ପାର୍ଟିରୁ ଜାମ୍ମୁ ସଭାପତି ଦେବେନ୍ଦ୍ର ସିଂହ ରାଣା ବିଜେପିରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ଦେବେନ୍ଦ୍ର ରାଣା ନେସନାଲ କନଫରେନ୍ସ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରିସାରିଛନ୍ତି ।

ତିନି ତିନି ଥରର ବିଧାୟକ ଦେବେନ୍ଦ୍ର ସିଂହ ରାଣା ନେସନାଲ କନଫରେନ୍ସ ପାର୍ଟିର ପ୍ରମୁଖ ଚେହେରା ଥିଲେ । ଗତ ୨୦୧୪ରେ ଜାମ୍ମୁ ବିଧାନସଭା ନିର୍ବାଚନରେ ବିଜେପି କ୍ଲିନ୍‌ ସ୍ବିପ୍‌ କରିଥିଲେ ସୁଦ୍ଧା ଏନ୍‌ସି ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ନାଗ୍ରୋଟାରୁ ସେ ବିଜୟୀ ହୋଇଥିଲେ । ନେସନାଲ କନଫ‌ରେନ୍ସ ଦଳର ଭୋଟ ବ୍ୟାଙ୍କ୍‌ ବଢାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଏହା ବ୍ୟତିତ ହିନ୍ଦୁ ଜନସଂଖ୍ୟା ବହୁଳ ଜାମ୍ମୁରେ ତାଙ୍କର ଦବଦବା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ