Masthead

ଆର୍ୟନଙ୍କୁ ମିଳିବ କି ବେଲ୍?

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲା । ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ଜାମିନ ମାମଲାର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହୋଇଛି। ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ‌ଅର୍ବାଜ ମର୍ଚ୍ଚାଣ୍ଟଙ୍କ ଆଇନଜୀବୀ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଉଭୟ ୪୫ ମିନିଟ ଲେଖାଏଁ ଶୁଣାଣି ପାଇଁ ସମୟ ମାଗିଥିଲେ । ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ପୁନର୍ବାର କରିବା ଲାଗି ସ୍ଥିର କରାଯାଇଛି । ଅପରାହ୍ନ ୨ଟା ୩୦ ମିନିଟରେ ଏହି ମାମଲାର ଶୁଣାଣି ହେବ।

ସେପଟେ ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ବି ଆର୍ୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ସେ ପେଡଲରଙ୍କ ସହ ଲିଙ୍କ୍ ନେଇ ପ୍ରମାଣ ପାଇଥିଲା ଏନସିବି । ଏହାର ତଦନ୍ତ ହେବା ଦରକାର ବୋଲି ଏନସିବି କୋର୍ଟରେ ଦାବି କରି ଆସୁଛି । ଆର୍ୟନ ଅରବାଜଙ୍କ ପାଖରୁ ଡ୍ରଗ୍ସ ନେଉଥିବା ମଧ୍ୟ ଏନସିବି କୋର୍ଟରେ ପ୍ରମାଣ ରଖିଥିଲା । ଶାହରୁଖଙ୍କ ପୁଅ ଆର୍ୟନ ଏବେ ମୁମ୍ବାଇ ସ୍ଥିତ ଆରଥର ରୋଡ୍ ଜେଲରେ ରହିଛନ୍ତି । ଜେଲରେ ଆର୍ୟନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି । ବାରମ୍ବାର ତାଙ୍କର ଜାମିନ ପାଇଁ ଅନେକ ଚେଷ୍ଟା କରିଆସୁଛନ୍ତି ପିତା ଶାହରୁଖ ଖାନ । ହେଲେ ଦିନ ପରେ ଦିନ ଘୁଞ୍ଚୁଥିଲେ ମଧ୍ୟ ଆର୍ୟନ ଖାନଙ୍କୁ ଜାମିନ ମିଳିପାରୁ ନାହିଁ ।

ଏହା ମଧ୍ୟରେ ପୁଅକୁ ଭେଟିବାକୁ ମା’ ଗୌରୀ ଖାନ ଅର୍ଥର ରୋଡ ଜେଲକୁ ଯାଇଥିବାର କଥା ସାମ୍ନାକୁ ଆସିଛି । ଏହା ପୂର୍ବରୁ ପିତା ଶାହରୁଖ ଖାନ ଅକ୍ଟୋବର ୨୧ରେ ପୁଅ ଆର୍ୟନ ଖାନଙ୍କୁ ଭେଟିବାକୁ ଜେଲ ଯାଇଥିଲେ । ପୁଅ ଆର୍ୟନ ସାଙ୍ଗରେ ଅର୍ଥର ରୋଡ ଜେଲରେ ୧୬ ରୁ ୧୮ ମିନିଟ ପର୍ୟ୍ୟନ୍ତ ଶାହରୁଖ କଥା ହୋଇଥିଲେ । କଥାବାର୍ତ୍ତା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ ଏକ କାଚର କାନ୍ଥ ରହିଥିଲା । ଦୁହେଁ ଇଣ୍ଟରକମରେ କଥା ହୋଇଥିଲେ । ଏହି ସାକ୍ଷାତ ସମୟରେ ଜେଲର ଅଧିକାରୀ ସେଠାରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ