Masthead

ଏଟିଏମ ଗାଡ଼ି ଲୁଟ କରି ଆକ୍ରମଣ, କର୍ମଚାରୀ ବଡ଼ ମେଡିକାଲରେ ଭର୍ତ୍ତି

ଆଠଗଡ଼(ବଡ଼ ଖବର ବ୍ୟୁରୋ): ଏଟିଏମ ଗାଡ଼ି ଲୁଟ । କର୍ମଚାରୀ ମାନେ ଖାଇ ବସିଥିବା ସମୟରେ ଅତର୍କିତ ଭାବେ କର୍ମଚାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ ୬୫ନଂ ରାଜ୍ୟ ରାଜପଥ ମହୀଧରପୁରରେ । ୩କୋଟି ୫୩ଲକ୍ଷ ଟଙ୍କା ଏଟିଏମରେ ଭରିବାକୁ ବାହାରିଥିଲେ କର୍ମଚାରୀ । ୬ଟି ଏଟିଏମରେ ଟଙ୍କା ଭରିବା ପରେ ୧କୋଟି ୨୯ଲକ୍ଷ ଟଙ୍କା ରହିଥିଲା । ଗାଡ଼ିରେ ଯାଉଥିବା କର୍ମଚାରୀ ଡ୍ରାଇଭର ପ୍ରକାଶ ସାହୁ,ଗନ ମ୍ୟାନ ସର୍ବେଶ୍ଵର ସାହୁ, ଏବଂ କଷ୍ଟୋଡିଆନ ବା କ୍ୟାସ ଅଫିସର ପତିତ ନାୟକ ଏବଂ ଶ୍ରୀରାମ ଚନ୍ଦ୍ର ଦାସ ରହିଥିଲେ।

ଏମାନେ ଆଠଗଡ଼ ରୁ ନରସିଂହପୁର ପର୍ୟ୍ୟନ୍ତ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଗୁଡ଼ିକ ରେ ଆବଶ୍ୟକତା ଅନୁସାରେ ଟଙ୍କା ଭରିବା କଥା। ଦିନ ପ୍ରାୟ ଗୋଟାଏ ବେଳେ ୬୫ ନଂ ରାଜ୍ୟ ରାଜପଥ ମହୀଧରପୁର ଠାରେ ଥିବା ଏକ ବନ୍ଦ ପଡିଥିବା ହୋଟେଲ ନିକଟରେ ଖାଇବାକୁ ବସିଥିବା ବେଳେ ଏକ କାରରେ ପାଞ୍ଚ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଆକ୍ରମଣ କରି ଥିଲେ। ତିନି ଜଣ ଖଣ୍ଡା ଧରିଥିବା ବେଳେ ଦୁଇ ଜଣ ବନ୍ଧୁକ ସହ ପତିତ ନାୟକ ଏବଂ ସର୍ଵେଶ୍ଵର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ଡ୍ରାଇଭରକୁ ଆଘାତ କରି ଚାବି ନେଇ ଗାଡି ଏବଂ ଟଙ୍କା ସହ ଫେରାର ହୋଇ ଯାଇଥିଲେ। ଦୁର୍ବୃତ୍ତ ମାନେ ଦର୍ଶନ ପୁର ନଡୁଆପଡା ରାସ୍ତାରେ ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଶଙ୍କରପୁର ଠାରୁ ଢେଙ୍କାନାଳ ଆଡ଼କୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ଖବର ପାଇ ଭୁବନେଶ୍ବର ମୁଖ୍ୟ କାର୍ୟ୍ୟାଳୟ ରୁ ଗାଡ଼ିରେ ଲାଗିଥିବା ଜିପିଏସ ସିଷ୍ଟମ ବନ୍ଦ କରି ଦେବା ଯୋଗୁଁ ଶଙ୍କର ପୁର ଢେଙ୍କାନାଳ ରାସ୍ତା ରେ ଥିବା ଵୈଷ୍ଣୋଦେଵୀ ନର୍ସିଂ ହୋମ ନିକଟରେ ଗାଡି ଟି ଅଚଳ ହୋଇ ଯାଇଥିଲା।

ଫଳରେ ଦୁବୃର୍ତ୍ତ ମାନେ ନିଜେ ଆଣି ଥିବା କାର ରେ ଲୁଟ ଟଙ୍କା ଧରି ଢେଙ୍କାନାଳ ଆଡ଼କୁ ଫେରାର ହୋଇ ଯିବାରେ ସକ୍ଷମ ହୋଇଥିଲେ। ତେବେ ଏହି ଖବର ସେତେବେଳକୁ ବିଜୁଳି ବେଗରେ ପ୍ରଚାରିତ ହେବା ସହିତ ଆଠଗଡ଼ ନିକଟସ୍ଥ ଖୁଣ୍ଟୁଣୀ, ତିଗିରିଆ, ବାଙ୍କୀ ଥାନା ଠାରୁ ଆରମ୍ଭ କରି ଢେଙ୍କାନାଳ ପୋଲିସ ହାଇ ଆଲର୍ଟ ରେ ରହି ଢେଙ୍କାନାଳ ଜିଲ୍ଲାର ସଦାଶିବ ପୁର ପଞ୍ଚାୟତ ଭୁଜଦେଈ ପୁର ଠାରେ ଦୁବୃର୍ତ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି। ଆଠଗଡ଼ ପୋଲିସ ର ଏକ ଟିମ ସେଠାରୁ ଦୁବୃର୍ତ୍ତ ମାନଙ୍କୁ ଆଣିବାକୁ ଯାଇଥିବା ବେଳେ ଗୁରୁତର ଆହତ ପତିତ ନାୟକ ଏବଂ ସର୍ଵେଶ୍ଵର ସାହୁ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏସମ୍ପର୍କରେ ସିଏମ ଏସ ଭୁବନେଶ୍ୱର ଶାଖା ପରିଚାଳକ ସୀତାଂଶୁ ଶେଖର ପରିଡ଼ା,ଭେଇକିଲ ଇନ୍ ଚାର୍ଜ ସୋମନାଥ ଦତ୍ତ,ଅସୀତ ପ୍ରଧାନ ପ୍ରମୁଖ ଆଠଗଡ଼ ଥାନା ରେ ପହଞ୍ଚି ଏତଲା ଦେଇଛନ୍ତି।ଗିରଫ ହୋଇଥିବା ତିନି ଦୃବୃତ୍ତଙ୍କ ଘର ଆଠଗଡ ଥାନା ଅରଖପାଟଣା ନିଆଳି ଅଞ୍ଚଳରେ ଏବଂ ଅନ୍ୟ ଜଣଙ୍କ ଘର ବୈଦ ଜିଲ୍ଲା ବୋଲି ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି