Masthead

୪ ଜିଲ୍ଲାରେ ହେବ ୧୨୮୦ କୋଟି ଟଙ୍କାର ମେଗା ଜଳ ପ୍ରକଳ୍ପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟର ୪ ଜିଲ୍ଲାରେ ୧୨୮୦ କୋଟି ଟଙ୍କାର ମେଗା ଜଳ ପ୍ରକଳ୍ପ ହେବାକୁ ଯାଉଛି । ଏନେଇ ରାଜ୍ୟ କ୍ୟାବିନେଟ ଅନୁମୋଦନ ମଧ୍ୟ କରିସାରିଛନ୍ତି । ଏହାସହିତ ରାଜ୍ୟ କ୍ୟାବିନେଟରେ ମୋଟ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପଂଚାୟତିରାଜ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟର ଗଞ୍ଜାମ, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରାୟ ୧୨୮୦କୋଟି ଟଙ୍କାର ମେଗା ପାଇପ୍ ୱାଟର ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ପ୍ରାୟ ୧୨ଲକ୍ଷ ଲୋକ ଉପକୃତ ହେବେ ।

ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ପାଣି ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ୭ଟି ବ୍ଲକର ୭୧ଟି ପଂଚାୟତର ୯୭୫ଟି ଗାଁର ୨.୭୯ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏଲଆଣ୍ଡଟି ୬୫୭.୫୭କୋଟି ଟଙ୍କାର ଟେଣ୍ଡର ନେଇଛି । ଏହି ପ୍ରକଳ୍ପକୁ ୨୪ମାସ ମଧ୍ୟରେ ସାରିବା ପାଇଁ ଧାର୍ୟ୍ୟ ଲକ୍ଷ୍ୟ ରଖାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୨୨ଟି ପଂଚାୟତର ୩୩୮ଟି ଗାଁର ୧ଲକ୍ଷ ୨୭ହଜାର ଲୋକ ଓ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ୧୨ଟି ପଂଚାୟତ, ଫୁଲବାଣୀ ବ୍ଲକର ୧୧ଟି ପଂଚାୟତ, ଚକାପାଦ ବ୍ଲକର ୫ଟି ପଂଚାୟତ, ଖଜୁରୀପଡ଼ା ବ୍ଲକର ୧୨ଟି ପଂଚାୟତ, ଜି.ଉଦୟଗିରି ବ୍ଲକର ୨ଟି ପଂଚାୟତ, କେ.ନୂଆଗାଁ ବ୍ଲକର ୬ଟି ପଂଚାୟତରେ ଏହି ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟ କରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ