Masthead

ସ୍ୱାସ୍ଥ୍ୟ ଅବସ୍ଥାର ବିକଳ ଚିତ୍ର, ବାପା କାନ୍ଧରେ ଗଲା ଝିଅର ଜୀବନ

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକଙ୍କ ସ୍ୱାସ୍ଥ୍ୟ ସେବାର ଉନ୍ନତି ଏବଂ ରାସ୍ତା ଘାଟ ବିକାଶ ଦିଗରେ କେତେ ତତ୍ପର ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ । ଦୀର୍ଘ ୨୨ ବର୍ଷ ହେଲା କ୍ଷମତାରେ ଥିବା ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଲୋକେ କିପରି ହଇରାଣ ହୋଇ ଭଗବାନଙ୍କ ଭରସାରେ ରହୁଛନ୍ତି ଓ ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ମୃତ ଶିଶୁ କନ୍ୟାକୁ ବାପା କାଖରେ ଧରି ଅନ୍ଧାର ରାତିରେ ଦୁଇ ଦୁଇ ଟି ନାଳ ପାରି ହେବାପରି ଏକ ଅଭାବନୀୟ ତଥା ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ଘୋଷରାମାଲ ପଂଚାୟତର ବିକାଶର ବହୁ ଦୂରରେ ଥିବା କମଳା ନାଳି ଗ୍ରାମ । ସୋମବାର ସନ୍ଧ୍ୟାରେ କମଳା ନାଲି ସୁଦାମ ସାହିର ଅର୍ଜୁନ ଦେହୁରୀଙ୍କ ୬ବର୍ଷର ଝିଅ ମିତା ଦେହୁରୀ ଗାଁ ଦାଣ୍ଡରେ ହେଉଥିବା ଜହ୍ନି ଓଷା ଦେଖୁଥିଲା । ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଅସାବଧାନତା ବଶତଃ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା । ତେବେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ଥିଲେ । ତେବେ ପାଖରେ କୂଅ ଥିବାରୁ ସେଥିରେ ପଡିଯାଇଥିବ ଭାବି କୂଅ ଭିତରକୁ ପଶି ଖୋଜି ଥିଲେ । ପ୍ରାୟ ଅଧଘଣ୍ଟା ପରେ କୂଅ ଭିତରୁ ମିତାକୁ ବାହାରକୁ ଆଣିଥିଲେ ।

ଶିଶୁ ଟିର ମୃତ୍ୟୁ ଘଟି ଥିଲେ ମଧ୍ୟ ବଞ୍ଚି ଥିବ ଭାବି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ କମଳା ନାଲି ଗ୍ରାମକୁ ଭଲ ରାସ୍ତା ନ ଥିବା ଏବଂ ଦୁଇଟି ନାଳ ପଡ଼ୁ ଥିବାରୁ ଆମ୍ବୁଲାନ୍ସ ସେଠାକୁ ଯାଇ ପାରିବ ନାହିଁ ବୋଲି ଡ୍ରାଇଭର କହିଥିଲେ । ତାଙ୍କୁ ଧାତୁକିମାଲ ଗ୍ରାମ ପର୍ୟ୍ୟନ୍ତ ଆସିବାକୁ କହିଥିଲେ ।

ଏହା ପରେ ମୃତ ଶିଶୁର ବାପା ଅର୍ଜୁନ ନିଜର ମଲା ଝିଅ କୁ କାଖରେ ଜାକି ଗ୍ରାମର କେତେକ ଲୋକଙ୍କ ସହିତ ଅନ୍ଧାର ରାତିରେ ଦୁଇଟି ନାଳ ପାର ହୋଇ ଚାଲି ଚାଲି ଗ୍ରାମ ଠାରୁ ଏକ କି. ମି. ଦୂର ଧାତୁକିମାଲ ଗ୍ରାମକୁ ଆସି ସେଠାରେ ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ । ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ କରାଯାଉଥିବା କଥା ନେଇ ନିଜର ଡିଣ୍ଡିମ ପିଟୁ ଥିବା ବେଳେ ଏଇଟା କ’ଣ ଶାସନ ଗାଦିରେ ବସିଥିବା ବିଜେଡି ସରକାରର ବିକାଶ ବୋଲି ଅଂଚଳବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି