Masthead

ଜମ୍ମୁ-କଶ୍ମୀରରେ ହତ୍ୟାକୁ ନେଇ ୧୮ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)   ଜମ୍ମୁ କଶ୍ମୀରରେ ଘଟିଥିବା ଆତଙ୍କବାଦୀ ଘଟଣାକୁ ନେଇ ଏବେ ଆକ୍ସନ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଏନଆଇଏ ପକ୍ଷରୁ ଜମ୍ମୁ କଶ୍ମୀର ସମେତ ଦିଲ୍ଲୀ ୟୁପିରେ ଏକକାଳୀନ ରେଡ କରାଯାଇଛି । ଆଜି ଏନଆଇଏ ପକ୍ଷରୁ ୧୮ଟି ସ୍ଥାନରେ ଚଢାଉ କରାଯାଇଛି । ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବା ପରେ ଏପରି ନିଷ୍ପତି ନେଇଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା ।

ସୂଚନା ଅନୁଯାୟୀ ଆତଙ୍କୀ ସଂଗଠନର ତୃଣମୂଳକସ୍ତରରେ ଥିବା ନେଟୱାର୍କର ପର୍ଦ୍ଦାଫାସ କରିବା ପାଇଁ ଏନଆଇଏ କଶ୍ମୀରର ଅନେକ ସ୍ଥାନକୁ ଟାର୍ଗେଟ କରିଛି । ଏନଆଇଏ ଓ ଆଖପାଖ ଅଞ୍ଚଳରେ ଲସ୍କର-ଇ-ତାଏବା, ଜୈଶ-ଇ-ମହମ୍ମଦ, ଅଲ ବଦର ଓ ଅନ୍ୟାନ୍ୟ ଆତଙ୍କୀ ସଂଗଠନ ସହ ସମ୍ପର୍କ ରଖିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି । ମିଳିଥିବା ତଥ୍ୟ ଅନୁସାରେ କଶ୍ମୀରର ପୁଲୱାମା ଅଞ୍ଚଳରେ ଏନଆଇଏ ରେଡ କରିଛି । ବର୍ତ୍ତମାନ ରେଡ ଚାଲିଥିବାରୁ ଘଟଣା ସମ୍ପର୍କରେ କୌଣସି ବିସ୍ତୃତ ତଥ୍ୟ ମିଳିନାହିଁ ।

ସେପଟେ ଦିଲ୍ଲୀରେ କିଛି ଆତଙ୍କବାଦୀର ସମର୍ଥକ ରହୁଥିବାର ସୂଚନା ମିଳିଛି । ଅନ୍ୟପକ୍ଷରେ ଏନଆଇଏ ରେଡ କରୁଥିବା ବେଳେ ଅନ୍ୟପଟେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଖବର ମିଳିଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏନକାଉଣ୍ଟର ଜାରି ରହିଛି । ସୂଚନା ଅନୁଯାୟୀ, ଗତକାଲି ପୁଞ୍ଜ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଜେସିଓଙ୍କ ସମେତ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି