Masthead

କାମ ନକରି ଦରମା

ଶୁଳିଆପଦା (ବଡ଼ ଖବର ବ୍ୟୁରୋ): ପୁଳାପୁଳା ଦୁର୍ନୀତି ଓ ବେଆଇନ କାର୍ଯ୍ୟପାଇଁ ବର୍ଷ ତମାମ ଚର୍ଚ୍ଚାରେ ରହିଥାଏ ମୟୂରଭଞ୍ଜ ଶୁଳିଆପଦା ବିଇଓଙ୍କ କର୍ଯ୍ୟାଳୟ । ପୁଣି ଆଉ ଏକ ନୂଆ ବିବାଦକୁ ଖୋଳି ବାହାର କରିଛି ସୂଚନା ଅଧିକାର ତଥ୍ୟ । ବହୁ ଚର୍ଚ୍ଚିତ ବାଘଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷାସହାୟିକା ତନୁଶ୍ରୀ ପାଲ ଗତ ତା. ୭.୧.୨୦୧୯ରେ ଶେଷଥର ପାଇଁ ବିଦ୍ୟାଳୟ ଆସିଥିଲେ । ଏହାପରଠାରୁ ସେ ଆଉ ବିଦ୍ୟାଳୟ ଆସିନାହାଁନ୍ତି କି ସୂଚନା ଅଧିକାର ତଥ୍ୟ ମୁତାବକ ତାଙ୍କର ଛୁଟି ମଧ୍ୟ ମଞ୍ଜୁର ହୋଇନାହିଁ ।

ବଡ଼ ଖବରରେ ଏନେଇ ବହୁଥର ତଥ୍ୟଭିତ୍ତିକ ଖବର ପ୍ରକାଶିତ ହୋଇଛି । ବିଦ୍ୟାଳୟର ସଭାପତି ଗୁଣାନିଧି ରଣା ଓ ତତ୍କାଳୀନ ପ୍ରଧାନଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ଧଳ ବିଭିନ୍ନ ସମୟରେ ବିଇଓ ମାଳତୀ ଟୁଡୁଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ଓଲଟି ଦରମା ପ୍ରଦାନ କରାଯାଇଥିବା ଜଣାଯାଇଛି । ଏଥିସହିତ ଭୂଲରେ ଦରମା ହୋଇଯାଇଥିବା ଦର୍ଶାଇ ଦରମା ଫେରସ୍ତ ପାଇଁ ଦିଆଯାଇଥିବା ଏକ ଚିଠି ଆମର ହସ୍ତଗତ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଦରମା ଫେରସ୍ତ ଚିଠିଟି ପୂର୍ବରୁ ହୋଇଥିଲା ନା ଏବେ କରାଯାଇଛି ?

ଶିକ୍ଷା ସହାୟିକା ଚାକିରି ଚୁକ୍ତିଭିତ୍ତିକ ହୋଇଥିବାବେଳେ ବିନା ଛୁଟିରେ ୩୩ମାସ ଅନୁପସ୍ଥିତ ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି? ଉପଯୁକ୍ତ ତଦନ୍ତ କରାଗଲେ ଉକ୍ତ ରହସ୍ୟ ଉନ୍ମୋଚନ ହେବା ସହିତ ବେଆଇନ ଭାବେ ଦରମା ପ୍ରଦାନରେ ଜଡିତ ଅସାଧୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ଚିହ୍ନଟ କରାଯାଇ ଦଣ୍ଡିତ କରାଯାଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼