ସେବାଠାରୁ ଦୂରେଇ ଯାଉଛି ଆମ୍ବୁଲାନ୍ସ

ଥୁ.ରାମପୁର (ବଡ଼ ଖବର ବ୍ୟୁରୋ): ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ସରକାର୧୦୨ ଓ ୧୦୮ ଅମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ଗୁରୁତରଙ୍କ ଜୀବନ ରକ୍ଷା ପାଇଁ ୨୪ ଘଣ୍ଟିଆ ସେବାରେ ଦୌଡୁଥିବା ଅମ୍ବୁଲାନ୍ସ ଆଜି ଦୟନୀୟ ଅବସ୍ଥାରେ। ଗୁରୁତରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟରେ ଦୌଡୁଥିବା ଆମ୍ବୁଲାନ୍ସ ଯେତେବେଳେ ନିଜ ରୁୁଗ୍ନ। କେତେବେଳେ କେଉଁଠି ଯେ କେଉଁ ଅବସ୍ଥାରେ ଅଟକିବ ତାହାର କୌଣସି ଠିକଣା ନାହିଁ। ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଅଧିକ ଗୁରତର ଅବସ୍ଥାରେ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ। ଚକରେ ଲାଗିଥିବା ଟାୟାରର ଅବସ୍ଥା ଦୁର୍ବଳ।ଏତେ ଦୁର୍ବଳ ଯେ ଟାୟାରର ସୁତା ଗୁଡାକ ବାହାରକୁ ଲମ୍ବିଥାଏ।

ଏଭଳି ଅନେକ ଉଦାହରଣ ମଧ୍ୟରେ ଚାଲିଛି ଅମ୍ବୁଲାନ୍ସ ସେବା। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଲୋକଙ୍କ ସେବାରେ ନିୟୋଜିତ ୧୦୮ ଅମ୍ବୁଲାନ୍ସ ଆଜି ଦୟନୀୟ ଅବସ୍ଥାରେ। ଅଚଳ ହୋଇ ଅଟକି ରହିଛି ଅମ୍ବୁଲାନ୍ସ । ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ହେଉଛନ୍ତି କଲବଲ।ଜୀବନ ମରଣ ସହିତ ଲଢେଇ କରୁଥିବା ମଣିଷ ପାଇଁ ପ୍ରତ୍ୟେକ ମୁହୁର୍ତ୍ତ ଅମୂଲ୍ୟ। ସୋମବାର ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ନେହେଲା ଗ୍ରାମର ୧୨ ବର୍ଷୀୟା କୁନ୍ତଳା ନାଏକ ନାମକ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ପରାମର୍ଶ ଦିଆଯାଇଥିଲା।

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ଏକ ଅମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ କଲମପୁର-ଜୁନାଗଡ ମୁଖ୍ୟ ରାସ୍ତାର କଦଳିଚୁଆଁ ଛକ ନିକଟରେ ଅମ୍ବୁଲାନ୍ସର ଆଗ ଚକ ଫାଟି ଯାଇଥିଲା।ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ରୋଗୀ,ରୋଗୀଙ୍କ ସମ୍ପର୍କୀୟ ଓ ଅମ୍ବୁଲାନ୍ସ କର୍ମଚାରୀ ଅଳ୍ପକେ ରକ୍ଷା ପାଇଥିଲେ। ପରବର୍ତ୍ତୀ ସମୟରେ ରୋଗୀଙ୍କୁ ଅନ୍ୟ ଏକ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ରିତିମତ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଅମ୍ବୁଲାନ୍ସ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା ନିରବ ଦର୍ଶକ ସାଜିଛି।

ଏହି ଅମ୍ବୁଲାନ୍ସର ଚାରିଗୋଟି ଚକ ଅତି ଦୁର୍ବଳ ହୋଇ ପଡିଥିବା ବେଳେ କିଭଳି ପାହାଡିଆ ଅଞ୍ଚଳରେ ରୋଗୀ ପରିବହନ ପାଇଁ ଅନୁମତି ଦିଆଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପଟେ ଅମ୍ବୁଲାନ୍ସ ପରିଚାଳନା ପାଇଁ ନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ନା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେହି ମଧ୍ୟ ଉତ୍ତରଦାୟୀ ରହୁନଥିବାରୁ ଲୋକେ ଅଭିଯୋଗ କରିବେ କାହା ପାଖରେ? ଗତ ଏକ ସପ୍ତାହ ମଧ୍ୟରେ ୪ ରୁ ଅଧିକ ଥର ଏଭଳି ଅମ୍ବୁଲାନ୍ସ ଅଟକି ରହିଥିଲେ ମଧ୍ୟ ଏହାର ମରାମତି ଦିଗରେ ଅମ୍ବୁଲାନ୍ସ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା ପଦକ୍ଷେପ ନନେବା ପରିତାପର ବିଷୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ