Masthead

ମଦ ବେପାରୀଙ୍କୁ ସରକାରୀ ଅନୁକମ୍ପା: ବିକ୍ରି ହେଉଛି ଏକ୍ସପାୟାରୀ ମଦ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମଦ ବେପାର ଓ ବେପାରୀଙ୍କ ପ୍ରତି ସରକାରଙ୍କ ଭାରି ଦୁର୍ବଳତା। ବେପାର ବଢ଼ାଇବାକୁ ପ୍ରୋତ୍ସାହନ ଘୋଷଣା କରିବା ସହ ଅନେକ ସମୟରେ ମଦ ବେପାରୀଙ୍କୁ ସୁରକ୍ଷା ମଧ୍ୟ ଦେଉଛନ୍ତି ସରକାର। ମଦ ବେପାରୀଙ୍କ ବିରୋଧରେ କିଛି ଅଭିଯୋଗ ଆସିଲେ ବି ତାକୁ ଅଣଦେଖା କରୁଛନ୍ତି। ଏପରିକି ସିଏଜି ମଦ ବେପାରୀଙ୍କ କଳା କାରନାମା ଧରିଥିଲେ ମଧ୍ୟ ପଦକ୍ଷେପ ନେବାକୁ ହାତ କାଢ଼ୁନାହାନ୍ତି ସରକାରୀ ବାବୁମାନେ। ମଦ ବେପାରୀଙ୍କ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ନେଇ ଟିପ୍ପଣୀ ଦେଇଛନ୍ତି ଖୋଦ ସିଏଜି। ସିଏଜି ଦର୍ଶାଇଛନ୍ତି ଯେ ମଦ ବେପାରୀଙ୍କଠାରୁ ଠିକ ଭାବେ ରାଜସ୍ୱ ଆଦାୟ କରାଯାଉ ନାହିଁ।

ଲାଇସେନ୍ସ ଫି’ ବା ଅବକାରୀ ଡ୍ୟୁଟି ମଧ୍ୟ ଠିକ ଭାବେ ନିଆଯାଉ ନାହିଁ। ୨୦୧୭-୧୮ରେ ରାଜ୍ୟର ମୋଟ ୩୭ ଅବକାରୀ ୟୁନିଟ ମଧ୍ୟରୁ ୧୮ଟିର ରେକର୍ଡ ଅଡିଟ କରାଯାଇଥିଲା। ସେମାନଙ୍କ ଉପରେ ୭୧.୦୧ କୋଟିର ରାଜସ୍ୱ ବାକି ରହିଛି। ଠିକ ଭାବେ ଲାଇସେନ୍ସ ଫି’ ବା ଅବକାରୀ ଦେୟ ଆଦାୟ କରାଯାଇ ନାହିଁ। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି। କେବଳ ସେତିକି ନୁହେଁ, ଆହୁରି ମଧ୍ୟ ଗମ୍ଭୀର କଥା ଦର୍ଶାଇଛନ୍ତି ସିଏଜି। ଦେଶୀ ମଦ କାରବାର ନାଁରେ ବିଷ ବେପାର ଚାଲିଛି। ମଦ ପ୍ରସ୍ତୁତିର ୧୫ ଦିନ ମଧ୍ୟରେ ଦେଶୀମଦ ବିକ୍ରି ହୋଇପାରିବ। ତା’ ପରେ ତାକୁ ମଦ ଦୋକାନୀ ନଷ୍ଟ କରିବାକୁ ବାଧ୍ୟ। ସେହି ମଦ ନଷ୍ଟ କରିବାର ସାର୍ଟିଫିକେଟ ଦେବେ ସେଠାକାର ଅବକାରୀ ଅଧିକାରୀ। ମାତ୍ର ତାହା କରାଯାଉ ନାହିଁ।

୨୦୧୬ରେ ଏକ ଦୋକାନ ଲାଇସେନ୍ସ ଫି’ ନ ଦେବାରୁ ତାହାକୁ ବନ୍ଦ କରାଗଲା। ସେତେବେଳେ ସେଥିରେ ୩୫୦୦ ଲିଟର ମଦ ଥିଲା। ବନ୍ଦ ହେବାରୁ ମଦ ଏକ୍ସପାୟାର ହୋଇାଇଥିଲା। ଏହା ସତ୍ତ୍ୱେ ସବୁ ମଦ ବିକ୍ରି କରାଗଲା। ଅର୍ଥାତ ବିଷାକ୍ତ ମଦ ସରକାରଙ୍କ ଜାଣତରେ ବିକ୍ରି ହେଲା। ଦେଶୀ ମଦ ବିକ୍ରି ପାଇଁ ନିର୍ଦ୍ଦେଶାବଳୀ ରହିଛି। ସେଥିରେ ପ୍ୟାକେଟ ଉଉରେ ବାରକୋଡ୍ ରହିବା କଥା। ମାତ୍ର କୌଣସି ସ୍ଥାନରେ ତାହା ରହୁନାହିଁ। ଫଳରେ ବିଷାକ୍ତ ମଦ ବିକ୍ରି ହେଉଛି ବୋଲି ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼