Masthead

ମନୀଷଙ୍କ ମୃତ୍ୟୁର କାରଣ କଣ? ମିଳିଲା କାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମୃତ୍ୟୁ ମାମଲା । ମନୀଷଙ୍କ ମୃତ୍ୟୁ ଉପରୁ ଏଯାଏଁ ଉଠୁନି ପରଦା । ତେବେ ମନୀଷଙ୍କୁ ହତ୍ୟା ନା ଦୁର୍ଘଟଣା ତାହାକୁ ନେଇ ଏବେ ସସପେନ୍ସ ଜାରି ରହିଛି । ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟ ଅନୁସାରେ ଅନୁସାରେ ଶ୍ୱାସରୁଦ୍ଧ ନା ଶ୍ୱାସରୁଦ୍ଧ କରି ପୋଖରୀରେ ହତ୍ୟା କରିଯାଇଛି ତାହା ସ୍ପଷ୍ଟ ହୋଇନି । ତେବେ ସମସ୍ତ ପ୍ରଶ୍ନ ଭିତରେ ଘଟଣା ଦିନ ରାତିରେ ଯେଉଁମାନେ କାରରେ ମନୀଷଙ୍କୁ ପଟିଆରୁ ପାତ୍ରପଡା ନେଇଥିଲେ , ସେହି କାରକୁ ଜବତ କରିବା ସହ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଗତ ୩ ଦିନ ଧରି ଖୋଳତାଡ ଭିତରେ ଏବେ ଏହି ଧଳା ରଙ୍ଗର କାର ସାମ୍ନାକୁ ଆସିଛି । ଆଜି ଏହି କାରକୁ ଭୁବନେଶ୍ୱରରୁ ପୋଲିସ ଜବତ କରିଛି । ଯାହାର ନମ୍ବର ହେଉଛି OD02X-9696। ତେବେ ଏହି କାରକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଏହି କାରର ମାଲିକ କିଏ? ଏହି କାରରେ ହିଁ ମନୀଷଙ୍କୁ ସାଉଥସିଟି ବାରକୁ ନିଆଯାଇଥିଲା । ବାରରେ ଦୀର୍ଘ ସମୟ ଧରି ରହିବା ପରେ ରାତି ସାଢେ ୩ଟା ପୂର୍ବରୁ ମନୀଷଙ୍କ ସହ ଥିବା ଆଉ ୩ ଜଣ ଆଗୁଆ ପଳାଇଥିଲେ ।

ତେବେ ରାତି ସାଢେ ୩ଟାରେ ଏକୁଟିଆ ବାହାରିଥିଲେ ମନୀଷ । ଏବଂ ଏହା ପରେ ରାତି ୪ଟା ୧୨ମିନିଟରେ ମବୀନଙ୍କ ସହ ଫୋନରେ କଥା ହୋଇଥିଲେ ମନୀଷ । ପରେ ତାଙ୍କ ଫୋନ ଅଫ ହୋଇଯାଇଥିଲା । ତେବେ ସେହି ୩ ଜଣ ଯୁବକ ମନୀଷଙ୍କୁ ଏକୁଟିଆ ଛାଡି କାହିଁକି ଚାଲି ଯାଇଥିଲେ । ଏସବୁ ଭିତରେ ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଥିରେ ଦର୍ଶାଯାଇଛି ଯେ ଶରୀର ଉପରେ କୌଣସି କ୍ଷତି ଚିହ୍ନ ନାହିଁ । କିନ୍ତୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ମନୀଷ । ସେପଟେ ବାପା ନବୀନ ଦାସ କହଥିଲେ ପୁଅକୁ ଅପହରଣ କରି ହତ୍ୟା କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ