Masthead

ପୁଣି ଉଗ୍ର ହେଲା କଂଗ୍ରେସ କନ୍ଦଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଉଗ୍ର ହେଲା କଂଗ୍ରେସ କନ୍ଦଳ । ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ବିରୋଧୀ ଗୋଷ୍ଠୀ । ଦୀର୍ଘ ଦିନ ହେଲା ଯୁବ କଂଗ୍ରେସରେ ଲାଗି ରହିଛି ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କୁ ବିରୋଧ କରୁଛନ୍ତି ଅପର ଗୋଷ୍ଠୀ ।

ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାର ନଜିର ରହିଛି । ପଶିଲେ, ଭାଙ୍ଗିଲେ କଂଗ୍ରେସ ଭବନରେ ଥିବା ଯୁବ କଂଗ୍ରେସ କାର୍ଯ୍ୟାଳୟର ଆସବାବପତ୍ର । ସକାଳ ୬ ଟାରେ ୪ ଜଣ ଅଜଣା ଯୁବକ ମୁହଁରେ କଳା କପଡା ପିନ୍ଧି କଂଗ୍ରେସ ଭବନକୁ ଧସେଇ ପସିଥିଲେ । ସୁରକ୍ଷା କର୍ମୀଙ୍କୁ ଯୁବ କଂଗ୍ରେସ କାର୍ୟ୍ୟାଳୟ ଚାବି ମାଗିଥିଲେ ୪ ଯୁବକ । ଚାବି ନମିଳିବାରୁ କାର୍ଯ୍ୟାଳୟ ତାଲା ଭାଙ୍ଗି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ଦୀର୍ଘ ଦିନ ହେଲା କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳର ପ୍ରତିଫଳନ ଆଜିର ଘଟଣାରୁ ଆହୁରି ସ୍ପଷ୍ଟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ