Masthead

ଇଡି କାର୍ଯ୍ୟାଳୟରେ ଦିଲବର୍ ଗର୍ଲ ନୋରା ଫତେହି 

ମୁୁମ୍ବାଇ(ବଡ଼ ଖବର ବ୍ୟୁରୋ): ଇଡି କାର୍ଯ୍ୟାଳୟରେ ଦିଲବର୍ ଗର୍ଲ ନୋରା ଫତେହି । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ତାଙ୍କୁ ଜେରା କରୁଛି ଇଡି। ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହିଙ୍କୁ ପଚରାଉଚରା ପାଇଁ ଇଡି କାର୍ୟ୍ୟାଳୟକୁ ଡକାଯାଇଛି। ଏହି ପ୍ରସଙ୍ଗରେ ନୋରା ଫତେହିଙ୍କୁ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ପଡିବ। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଏହି ଅନୁସନ୍ଧାନ ଚାଲିଛି।

ଏହାପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏକ ମାମଲାରେ ସାକ୍ଷୀ ଭାବରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ନୂଆଦିଲ୍ଲୀରେ ୬ ଘଣ୍ଟା ପଚରାଉଚରା କରାଯାଇଥିଲା। ଏଥି ସହିତ, ବର୍ତ୍ତମାନ ଏହି ଘଟଣାରେ ନୋରା ଫତେହିଙ୍କ ନାମ ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ ଇଡି ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଡାକିଛି। ସମନ ପାଇ ନୋରା ମଧ୍ୟ ଇଡିର ମୁଖ୍ୟାଳୟରେ ହାଜର ହୋଇଛନ୍ତି। କଳା ପୋଷାକ ପିନ୍ଧି ଇଡି ଆଗରେ ନୋରା ପହଞ୍ଚିବା ପରେ ତାଙ୍କୁ ଜେରା କରାଯାଉଛି।

ଗତ ମାସରେ ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଡକାଯାଇଥିଲା। ଏହାପୂର୍ବରୁ ୨୦୦ କୋଟିରୁ ଅଧିକ ଟଙ୍କା ଠକେଇ ଓ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀରେ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବିବୃତ୍ତିକୁ ଏକ ସାକ୍ଷୀ ଭାବରେ ରେକର୍ଡ କରାଯାଇଥିଲା। ଘଟଣାରେ ଇଡି ଜ୍ୟାକଲିନଙ୍କୁ ଦୁଇ ଥର ଜେରା କରି ସାରିଛି। ଗତମାସରେ ତାଙ୍କୁ ଜେରା ପାଇଁ ସମନ ହୋଇଥିଲେ ମଧ୍ୟ ସେ ଆସି ନଥିଲେ। ଆଜି ପୁଣି ଥରେ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଜ୍ୟାକଲିନ ଆଜି ପୁଣି ଇଡି ଜେରାର ସମ୍ମୁଖୀନ ହେବେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼