Masthead

ବିନା ଦର୍ଶକରେ ହେବ ରାବଣ ପୋଡି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଆଜି ହେଉଛି ଜଗଜ୍ଜନନୀ ମା ଦୁର୍ଗାଙ୍କ ବିଜୟା ଦଶମୀ । ଏହି ଅବସରରେ ରାବଣ ପୋଡି ପାଇଁ ଚାଲିଛି ପ୍ରସ୍ତୁତି । ଆଜି ସନ୍ଧ୍ୟାରେ ଜେଶର ବିଭିନ୍ନ ସ୍ଥାନରେ ରାବଣପୋଡି ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଦିଲ୍ଲୀରେ ସନ୍ଧ୍ୟା ୬ଟା ଏବଂ ଲକ୍ଷ୍ନୌରେ ରାତି ୮ଟାରେ ହେବ ରାବଣପୋଡି ।

ସେହିପରି ନୋଇଡା ଏବଂ ବିହାରରେ ରାବଣ ପୋଡୀ ପାଇଁ ଚାଲିଛି ପ୍ରସ୍ତୁତି । କିନ୍ତୁ ମୁମ୍ବାଇରେ ଏଥର ରାବଣ ପୋଡି ବନ୍ଦ ରହିଛି । କରୋନା ପାଇଁ ଚଳିତ ବର୍ଷ ବଡ ଧରଣର ଆୟୋଜନ ହୋଇନାହିଁ ।ବଡ ଧରଣର ରାବଣର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିନାହାଁନ୍ତି । ପ୍ରଥମେ ଦିଲ୍ଲୀରେ ରାବଣର ଉଚ୍ଚତା ୧୫୦ ଫୁଟ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହାକୁ କମାଇ ୫୦ ଫୁଟ କରାଯାଇଛି । ରାବଣ ପୋଡି ଆୟୋଜନ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସେହି ସ୍ଥାନକୁ ନ ଆସିବା ପାଇଁ ବାରଣ କରାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ କରୋନା ଗାଇଡଲାଇନ ମାନି ଏପରି ଆୟୋଜନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ