Masthead

ବାଟରେ ଯାଉନି ଆଇନ: ବିଜେଡି ପରେ କଂଗ୍ରେସ ଭାଙ୍ଗିଲା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସରକାର ସବୁବେଳେ କୁହନ୍ତି ଆଇନ ତା’ ବାଟରେ ଯିବ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଏହା ଉପର ଗୁରୁତ୍ୱ ଦେଇଥାନ୍ତି। ହେଲେ ଏବେ ଓଡ଼ିଶାରେ ଏହାର ବ୍ୟାପକ ବ୍ୟତିକ୍ରମ ଘଟୁଛି। ଆଇନ କେବଳ ବାଟ ହୁଡ଼ିନି, ଆଇନକୁ ମୋଡ଼ା ମକଚା ଯାଉଥିଲେ ମଧ୍ୟ ନିରବ ବସିଛନ୍ତି ଆଇନ ରକ୍ଷାକାରୀ ଅଧିକାରୀମାନେ। କୋଭିଡ କଟକଣା ଲାଗୁ କରିଛନ୍ତି ସରକାର। ଏହି କଟକଣାକୁ ଭାଙ୍ଗିଲେ ସଂକ୍ରମଣ ରୋଗ ଆଇନ ଓ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରହିଛି ସ୍ପଷ୍ଟ ନିର୍ଦ୍ଦେଶ। ଏହାକୁ କଡ଼ାଗଣ୍ଡା କରି କାର୍ଯ୍ୟକାରୀ କରୁଛନ୍ତି ବାବୁମାନେ। ସାଧାରଣ ଲୋକଟିଏ ମାସ୍କ ନ ପିନ୍ଧିଲେ ବା ସାମାନ୍ୟ କଟକଣା ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଚୋର ଡକାୟତଙ୍କ ଭଳି ମାଡ଼ ମାରି ଥାନା ହାଜତକୁ ଟେକି ନିଆଯାଉଛି। ଯେମିତି ବଡ଼ ଅପରାଧୀ। ସବୁଠି ପୋଲିସ ବାବୁମାନଙ୍କ କଟକଣା କାର୍ଯ୍ୟକାରିତାକୁ ନେଇ ନାନା ପ୍ରଶ୍ନ ରହିଛି। ଲୋକେ ଡରିଲେ ବି ଚୁପ ରହୁଥିଲେ। ସାଧାରଣ ଲୋକଙ୍କ ପାଖରେ ପୋଲିସ ବାବୁମାନେ କୋଭିଟ କଟକଣା କାର୍ଯ୍ୟକାରୀ କରିବାକୁ ନେଇ ‘ସିଙ୍ଘମ’ ପାଲଟି ଯାଉଛନ୍ତି। କଷ୍ଟ ହେଲେ ବି ଲୋକେ ସହୁଛନ୍ତି। ହେଲେ ରାଜନୈତିକ ଦଳଗୁଡ଼ିକ କୋଭିଡ କଟକଣାକୁ ଦଳି ମକଚି ଦେଉଥିବା ବେଳେ ପୋଲିସ ଲାଙ୍ଗୁଡ଼ ଜାକିବା ଏବେ ସବୁଠି ପ୍ରଶ୍ନ ହୋଇଛି। ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ କାଳରେ ସ୍ୱର୍ଗଦ୍ୱାରରେ କୋଭିଡ କଟକଣା ପୂରା ଭାଙ୍ଗିଲା। ଖୋଦ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ନେତା ଓ କର୍ମୀମାନେ ଯେପରି ସାହାଣମେଲା କଲେ ତାହା ଦେଖିଥିବା ଲୋକେ କୋଭିଡ କଟକଣା ଓ ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ଏପରିକି କୋଭିଡ ସଂକ୍ରମିତ ବି ସେଠାରେ ଜମିଗଲେ। ଏକଥା ଜାଣିବି ପ୍ରଶାସନ ଚୁପ ରହିଛି। ଆଜିଯାଏ କୌଣସି ପଦକ୍ଷେପ ନେଲା ନାହିଁ। ସେହିପରି ଆଜି କଂଗ୍ରେସ ବିଜେଡିର ରାସ୍ତାକୁ ଅନୁସରଣ କରିଛି। ଆଜି କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲା କୁମାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସୋସିଆଲ ଡିଷ୍ଟାନସିଂ ବୋଲି କିଛି ରହିଲାନି। ଶହଶହ ଲୋକ ତାଙ୍କୁ ପାଛୋଟି ନେଲେ। ମହିଳା କଂଗ୍ରେସ କର୍ମୀ, ବିଧାୟକ, ପିସିସି ସଭାପତି ପ୍ରମୁଖ ଯେମିତି ତାଙ୍କ ସହ ମିଶି ଆସିଲେ, ତାହା ଦେଖିଥିବା ଲୋକେ ଅବାକ ହୋଇଯାଇଛନ୍ତି। ସବୁଠି କଟକଣାକୁ ଭଙ୍ଗାଯାଉଛି। ତେଣୁ ଆଇନ ତା’ ବାଟରେ ଯାଉନାହିଁ। ଦଳୀୟ ନେତାଙ୍କ ବିରୋଧରେ ଆଇନକୁ ଅଧିକାରୀମାନେ କାର୍ଯ୍ୟକାରୀ ନ କରିବା ପଛରେ କି ରହସ୍ୟ ରହିଛି ତାହା ବୁଝା ପଡ଼ୁନାହିଁ। ଆଇନ କାର୍ଯ୍ୟକାରୀ ନ କରିବାକୁ ମୁଖ୍ୟମନ୍ତ୍ରୀ ନା ଆଉ କୌଣସି ସ୍ତରରୁ ନିର୍ଦ୍ଦେଶ ଆସିଛି କି ବୋଲି ଏବେ ପ୍ରଶ୍ନ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ