Masthead

ଚାଷୀ ଆନ୍ଦୋଳନ, ଆନ୍ଦୋଳନସ୍ଥଳରୁ ମିଳିଲା ଯୁବକଙ୍କ ମୃତଦେହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିଙ୍ଘୁ ସୀମାରେ ଗର୍ଜୁଛନ୍ତି ଆନ୍ଦୋଳନରତ ଚାଷୀ । ନୂଆ କୃଷି ନୀତିର ତିନୋଟି ନିୟମ ପ୍ରତ୍ୟାହାର ଦାବିରେ ଦୀର୍ଘ ଦିନରୁ ଚାଲିଥିବା ଚାଷୀ ଆନ୍ଦୋନଳ ଥମିବା ନା ନେଉନି । ଇତି ମଧ୍ୟରେ ଆନ୍ଦୋଳନ ସ୍ଥଳରେ ହିଂସାକାଣ୍ଡ ମଧ୍ୟ ହୋଇଯାଇଛି । ଦିନକୁ ଦନିକୁ ବଢୁଛି ହିଂସା । ଏହି ହିଂସା ଭିତରେ ସାମ୍ନାକୁ ଆସିଛି ଆଉ ଏକ ଅଭାବନୀୟ ଘଟଣା । କୃଷକମାନେ ଆନ୍ଦୋଳନ କରୁଥିବା ସ୍ଥାନରେ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ମୃତ ଯୁବକଙ୍କ ହାତ କାଟି ବ୍ୟାରିକେଡରେ ଟାଙ୍ଗି ଦିଆଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦେଇଛି । ଆଜି ସକାଳୁ ମୁଖ୍ୟ ମଞ୍ଚ ପାଖରେ ଯୁବକଙ୍କ ଶବ ଟଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା । ମୃତ ଯୁବକଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ନେଇ ଚିହ୍ନ ରହିଛି । ଯୁବକଙ୍କ ହାତକୁ କାଟି ଦିଆଯାଇଛି । ପରେ ଯୁବକଙ୍କୁ ହତ୍ୟା କରି ବ୍ୟାରିକେଡରେ ଟାଙ୍ଗି ଦିଆଯାଇଛି ।

ନିହଙ୍ଗ ସଂପ୍ରଦାୟର ଲୋକଙ୍କ ଏହି ହତ୍ୟା ଅଭିଯୋଗ ଆଣିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସେପଟେ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି, ଯେଉଁଠି ଏହି ହତ୍ୟାକାଣ୍ଡ ବାବଦରେ ଆଲୋଚନା ହେବ । ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଏହାଛଡା ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି, ଯାହାକୁ ଆଧାର କରି ତଦନ୍ତକୁ ଆଗକୁ ବଢାଇଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ