Masthead

ପୁଣି ବଢିଲା ତୈଳଦର

ନୂଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ)    ମହଙ୍ଗା ମାଡରୁ ନିସ୍ତାର ନାହିଁ । କ୍ରମାଗତ ଭାବରେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପୂର୍ବରୁ ତୈଳ ଦର ରେକର୍ଡ ସ୍ତରରେ ଥିବା ବେଳେ ଏବେ ପୁଣି ଏଥିରେ ବୃଦ୍ଧି ପାଇଛି । ଲୋକଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡିଛି । ସାଧାରଣ ଲୋକଙ୍କ ଜୀବନ ଶୈଳୀରେ ବାଧାପ୍ରାପ୍ତ ହେଉଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ୩୫ ପଇସା ମହଙ୍ଗା ହୋଇଛି । ଫଳରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ୧୦୫.୧୪ ଟଙ୍କା ଓ ଡିଜେଲର ଦାମ ୯୩.୮୭ ଟଙ୍କାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ଲିଟର ପିଛା ୩୪ ପଇସା ବଢିଛି । ଯାହାକି ୧୧୧.୦୯ରେ ପହଞ୍ଚିଛି । ଏଠାରେ ଡିଜେଲ ୩୮ ପଇସା ମହଙ୍ଗା ହୋଇଛି । ସେହିପରି ମୁମ୍ବାଇରେ ଡିଜେଲ ଲିଟର ପିଛା ୧୦୧.୭୮ ଟଙ୍କାକୁ ଛୁଇଁଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୨.୦୪ ଟଙ୍କା ଓ କୋଲକାତାରେ ୧୦୫.୭୭ ଟଙ୍କା ହୋଇଛି । ସେହିପରି ଏହି ଦୁଇଟି ସହରରେ ଡିଜେଲର ଦର ୯୮.୨୬ ଓ ୯୬.୯୮ ଟଙ୍କାରେ ବିକ୍ରି ହେଉଛି ।

 ସେପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଓ ଡିଜେଲରେ ଦାମ ସାମାନ୍ୟ ହ୍ରାସ ପାଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ଲିଟର ପିଛା ୧୧ ପଇସା ଶସ୍ତା ହୋଇଛି । ଫଳରେ ପେଟ୍ରୋଲ ୧୦୫.୯୦ ଟଙ୍କା ଓ ଡିଜେଲ ୧୦୨.୨୨ ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା