Masthead

ଶିକ୍ଷୟତ୍ରୀ ନିଖୋଜ ଘଟଣାରେ କଂଗ୍ରେସର ଧାରଣା

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଶିକ୍ଷୟତ୍ରୀ ନିଖୋଜକୁ ସପ୍ତାହ ପୁରିଲାଣି ତଥାପି ପୋଲିସ ଟେର ପାଉ ନଥିବା କାରଣରୁ କେଗାଁ ଥାନା ସମ୍ମୁଖରେ କଂଗ୍ରେସ ର ଧାରଣା । ରାଜନେତାଙ୍କ ଚାପରେ ପୋଲିସ ତଦନ୍ତ କରୁଥିବା ଅଭିଯୋଗ। ମହାଲିଙ୍ଗ ସ୍ଥିତ ସନ ସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଗତ ୮ ତାରିଖ ଠାରୁ ସ୍କୁଲ ଆସି ନିଖୋଜ ରହିଛନ୍ତି। ଶିକ୍ଷୟତ୍ରୀଙ୍କ ପରିବାର ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନାରେ ଅଭିଯୋଗ ପରେ ବଲାଙ୍ଗୀର ପୋଲିସ ତଦନ୍ତ ଜାରି ରଖିଛି ।

ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଦୁଇ ଦିନ ହେବ ବଲାଙ୍ଗିର ପୋଲିସ ଅଟକ ରଖିଛି। ଗୋବିନ୍ଦ ସାହୁଙ୍କ ପ୍ରଭାବ ରହିଥିବାବେଳେ ରାଜନୈତିକ ନେତାଙ୍କ ସହ ତାଙ୍କ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାବେଳେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଘଟଣା ର ନିରପେକ୍ଷ ତଦନ୍ତ ଦାବି କରି ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଯେହେତୁ ମାଲିକ ପ୍ରଭାବଶାଳୀ ଏଣୁ ପୋଲିସ ଚାପରେ ମୁହଁ ଖୋଳୁ ନଥିବା ଅଭିଯୋଗ କରିଛି କଂଗ୍ରେସ। ଘଟଣାକୁ ସପ୍ତାହେ ବିତି ଯାଇଥିଲେବି ପୋଲିସର ନିରବତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା