Masthead

କାନ୍ଧାର ଶିଆ ମଶଜିଦ ଉପରେ ବଡ଼ ଆକ୍ରମଣ

ବଡ଼ ଖବର ବ୍ୟୁରୋ: କାନ୍ଧାର ଶିଆ ମଶଜିଦ ଉପରେ ବଡ଼ ଆକ୍ରମଣ । ସବୁଠାରୁ ବଡ଼ ମସଜିତ ଉପରେ ହୋଇଛି ଆକ୍ରମଣ । ଏପର୍ଯ୍ୟନ୍ତ ୬୦ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସେପଟେ ଅନେକ ଆହତ ହୋଇ ହସ୍ପିଟାଲରେ ଭତ୍ତି ହୋଇଛନ୍ତି । ଏହି ମସଜିଦ ବିବି ଫାତିମା ମସିଜିଦ ଏବଂ ଇମାମ ବରଗା ନାମରେ ଜଣାଶୁଣା । ତେବେ ପ୍ରାର୍ଥନା ସମୟରେ ଏହି ବିସ୍ପୋରଣ ହୋଇଥିଲା । ଅନ୍ୟପଟେ ବୋମା ବିସ୍ପୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ଏହା ଏକ ଆତ୍ମଘାତି ଆକ୍ରମଣ ବୋଲି ଜଣାପଡ଼ିଛି । ଏହା ଛଡ଼ା କୌଣସି ସଂସ୍ଥା ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି । ସେପଟେ ତାଲିବାନ ୧୩ ଅଗଷ୍ଟରେ ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ କାବୁ କରିଥିଲା ।

ଅନ୍ୟପଟେ ଏହି ଆକ୍ରମଣ ପଛରେ ଇସଲାମିକ ଷ୍ଟେଟ-ଖୋରାସାନ ଅର୍ଥାତ ଆଇଏସ-କେ ଦାୟୀ ବୋଲି ଜଣାପଡ଼ିଛି । ଏହା ହେଉଛି ବିଶ୍ୱ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟର ଆଫଗାନିସ୍ତାନ ଭିତ୍ତିକ ଶାଖା । ଯାହା କ୍ରମାଗତ ଭାବରେ ଦେଶର ସଂଖ୍ୟାଲଘୁ ଶିଆ ମୁସଲମାନମାନଙ୍କୁ ଟାର୍ଗେଟ କରୁଛି । ଏ ଘଟଣା ଘଟିବା ପୂର୍ବରୁ ଉତ୍ତର ସହରର କୁଣ୍ଡୁର ଏକ ଆକ୍ରମଣର ଏକ ମସଜିଦରେ ବୋମା ଆକ୍ରମଣ ହୋଇଥିଲା । ଯେଉଁଥିରେ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଇସଲାମିକ ଷ୍ଟେଟ ଏଥିପାଇଁ ଦାୟୀ ବୋଲି ଦାବି କରିଛି । ଅଗଷ୍ଟରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଏହା ସବୁଠାରୁ ବଡ଼ ଆକ୍ରମଣ ଥିଲା ।

ଏହା ଛଡା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ କୁନ୍ଦୁଜ ଏବଂ କାନ୍ଦାହାର ମସଜିଦ ଉପରେ ଆକ୍ରମଣ ପୂର୍ବରୁ କାବୁଲର ଏକ ମସଜିଦକୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଏଠାରେ ମସଜିଦ ଫାଟକରେ ବୋମା ବିସ୍ପୋରଣ ହୋଇଥିଲା । ଯେଉଁଥିରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ସାରା ବିଶ୍ୱ ଖାଲି ଚୁପ ହୋଇ ଦେଖୁଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ପୂର୍ବପରି ଏହି ଦେଶମାନଙ୍କରେ କେବେ ଶାନ୍ତି ସ୍ଥାପନ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା