Masthead

ଦୀର୍ଘ ଦିନ ପରେ ପୁଣି ବ୍ୟାକ୍ କରିବେ ଅନୁଭବ

ବଡ଼ ଖବର ବ୍ୟୁରୋ: ଦୀର୍ଘ ଦିନର ବ୍ରେକ୍ ପରେ ଏବେ ପୁଣି ପରଦାକୁ ଫେରୁଛନ୍ତି ଓଲିଉଡର ମେଗାଷ୍ଟାର ଅନୁଭବ ମହାନ୍ତି । ପୁଣି ଥରେ ଦେଖିବାକୁ ମିଳିବ ଅନୁଭବଙ୍କ ଦମଦାର ଅଭିନୟ । ଅନେକ ବାଦ ବିବାଦ ଭିତରେ ଚର୍ଚ୍ଚାରେ ରହିଥିବା ଅନୁଭବ ମହାନ୍ତି ଏବେ ତାଙ୍କ ଅପକମିଙ୍ଗ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏବେ ଠାରୁ ପ୍ରିପେୟାରେଶନ୍ ବି ଆରମ୍ଭ ହୋଇ ସାରିଲେଣି । ଖାଲି ରିଲିଜ୍ କୁ ଅପେକ୍ଷା ।

ତେବେ ଅନୁଭବଙ୍କ ଅପକମିଙ୍ଗ ଫିଲ୍ମର ଟାଇଟେଲ୍ ରହିଛି ‘ରାବଣ’ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି । ନିକଟରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ଅନୁଭବ । ପୋଷ୍ଟରରେ ଏକ ଜବରଦସ୍ତ ଲୁକ୍ ରେ ନଜର ଆସିଛନ୍ତି ସେ । ଏହି ପୋଷ୍ଟର ଅନୁଭବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବା ପରେ ଏବେ ଫ୍ୟାନ୍ସ ମାନଙ୍କର ଖୁସି କହିଲେ ନସରେ । ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କର ଏହି ପୋଷ୍ଟରକୁ ଇଷ୍ଟାଗ୍ରାାମରେ ରି-ପୋଷ୍ଟ୍ କରୁଥିବା ଦେଖିବାକୁ ମିଳିଛି । ତା ସହ ଫିଲ୍ମର ଏହି ଦୁଇଟି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଫିଲ୍ମରେ ଅନୁଭବଙ୍କ କ୍ୟାରେକ୍ଟରକୁ ନେଇ ବେଶି ଉତ୍ସାହିତ ହୋଇ ରହିଛନ୍ତି ଫ୍ୟାନ୍ସ । ପୋଷ୍ଟରରୁ ଜଣା ପଡୁଛି ଯେ ଫିଲ୍ମଟି ୨୦୨୨ରେ ରିଲିଜ୍ ହେବ ।

ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି ଅନୁଭବ । ତାଙ୍କ ଫଟୋ ହେଉ କି ଭିଡିଓ ସବୁକିଛି ବେଶ୍ ଚର୍ଚ୍ଚାରେ ରହିଥାଏ । ଅନେକ ସମୟରେ ସେ କିଛି ୱାର୍କ ଆଉଟର ଭିଡିଓ ପୋଷ୍ଟ୍ କରନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ । ଏ ସବୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ଅପକମିଙ୍ଗ ପୋଜେକ୍ଟକୁ ନେଇ ମଧ୍ୟ ଆଲୋଚନା କରନ୍ତି । ତେବେ ଶେଷଥର ପାଇଁ ଅନୁଭବଙ୍କୁ ଫିଲ୍ମ ‘ବିଜୁବାକୁ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମର ସଫଳତା ପରେ ଏବେ ତାଙ୍କ ଆଗାମୀ ସିନେମା ପାଇଁ ଉତ୍ସାହିତ ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା