Masthead

ପରିବାରର ବିରୋଧ ସତ୍ତ୍ଵେ ମନମୋହନ ସିଂଙ୍କ ସହ ଫଟୋ ଉଠାଇଲେ ମନ୍ତ୍ରୀ, ଦାମନ କହିଲେ ମୋ ବାପା ଚିଡ଼ିଆଖାନାର ପ୍ରାଣୀ ନୁହଁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ମନମୋହନ ସିଂଙ୍କ ଝିଅ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଗତକାଲି ମନମୋହନ ସିଂଙ୍କୁ ହସ୍ପିଟାଲରେ ଭେଟିଥିଲେ । ଏହି ସମୟରେ ସେ ମନମୋହନଙ୍କ ସହ ଏକ ଫଟୋ ମଧ୍ୟ ଉଠାଇଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନଙ୍କ ଝିଅ ଦାମନ ସିଂ । ସେ କହିଚନ୍ତି ଯେ, ତାଙ୍କ ବାପା ଡେଙ୍ଗୁରେ ପୀଡ଼ିତ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ । ତାଙ୍କ ପାଖକୁ ଖୁବ କମ ବ୍ୟକ୍ତିଙ୍କୁ ଛଡ଼ାଯାଉଛି । ଏଭଳି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କୁ ଦେଖା କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ଠିକ । କିନ୍ତୁ ତାଙ୍କ ସହ ଫଟୋ ଉଠାଇବା ଆଦୌ ଉଚିତ ନଥିଲା ।

ତେବେ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଏହି ଫଟୋ ଉଠାଯାଇଥିବା ମଧ୍ୟ କହିଛନ୍ତି ଦାମନ । ଯେଉଁ କାରଣରୁ ତାଙ୍କ ମା’ଙ୍କୁ ବହୁତ କଷ୍ଟ ହୋଇଛି । ସେ ଏହା ମଧ୍ୟ କହିଚନ୍ତି ଯେ, ମୋ ବାପା ମା ବହୁତ ଜଟିଳ ସମୟ ଦେଇ ଗତି କରୁଛନ୍ତି । ସେମାନେ ଚିଡ଼ିଆଖାନାର ପ୍ରାଣୀ ନୁହନ୍ତି । ତେବେ ଏହି ଘଟଣାକୁ କଂଗ୍ରେସ ଗମ୍ଭୀରତାର ସହ ନେଇଛି ଓ ସ୍ୱାସ୍ଥ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି