Masthead

ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ଭରତବାହାଲ ଗାଁ ରେ ବିଭତ୍ସ ହତ୍ୟାକାଣ୍ଡ । ସ୍ବାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ। ହତ୍ୟାକାଣ୍ଡ ପରେ ସ୍ବାମୀ ଫେରାର । ମୃତକ ହେଲେ ଅମ୍ବିକା ନାଏକ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ । ଲରମ୍ଭା ପୋଲିସର ତଦନ୍ତ ଆରମ୍ଭ । ପାଟଣାଗଡ଼ ବ୍ଲକ ଭରତବାହାଲ ଗାଁ ରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଗତକାଲି ସନ୍ଧ୍ୟା ସମୟରେ ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲେ । ଘରେ ଅମ୍ବିକା ପୋଷି ଥିବା ଏକ ଠେକୁଆକୁ ମାରି ମାଂସ ଖାଇବାକୁ ପୁରନ୍ଦର ଜିଦ ଧରିଥିଲା ଯାହାକୁ ଅମ୍ବିକା ବିରୋଧ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ମୁଣ୍ଡ ପଛପଟେ ଆକ୍ରମଣ କରି ତାଙ୍କ ଝିଅକୁ ହତ୍ୟା କରିଥିବା ମୃତକ ଅମ୍ବିକାଙ୍କ ମାଆ ଜୟନ୍ତୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଅମ୍ବିକାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରନ୍ଦର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଲରମ୍ଭା ପୋଲିସ, ସାଇଣ୍ଟିଫିକ୍ ଟିମ ପାଟଣାଗଡ ଉପଖଣ୍ଡ ମାଜିଷ୍ଟ୍ରେଟ କ୍ଷିରୋଦ ସାହୁଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରହିଥିବା ଉପସ୍ଥିତ ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୋଲିସର ଅଧିକ ତଦନ୍ତ ଏବଂ ହତ୍ୟାକାରି ଧରାପଡିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ