Masthead

ପେଟ୍ରୋଲ ଡିଜେଲ ପରେ ଏବେ ଟମାଟୋ ଟେନସନ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଦିନକୁ ଦିନ ଏବେ ପ୍ରତ୍ୟେକ ଜିନିଷ ମହଙ୍ଗା ହେବାରେ ଲାଗିଛି । ଏ ନେଇ ହନ୍ତସନ୍ତ ହେଉଛନ୍ତି ଜନସାଧାରଣ । ଗତ ୭/୮ ବର୍ଷ ହେବ ଦେଶର ଅର୍ଥନୀତି ଭୁଶୁଡି ପଡିଲାଣି । ଦର ଦାମ ବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି । ଗତ କିଛି ଦିନ ହେବ ଲଗାତାର ପେଟ୍ରୋଲ ଡିଜେଲର ଦର ଯେଉଁଭଳି ବୃଦ୍ଧି ପାଇଛି ତହା ଚିନ୍ତାଜନକ । ଏହା ପରେ ଏବେ ପୁଣି ଟେନସେନ ଦେଲା ଟାମାଟୋ । ଟମାଟୋ ଦର ବି ବୃଦ୍ଧି ପାଇଛି ।

ଖାଉଟି ବ୍ୟାପାର ମନ୍ତ୍ରାଳୟ ୱେବସାଇଟ୍ ଅନୁସାରେ ଏବେ ଟମାଟୋ କିଲୋ ପିଛା ୧୧୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ପାଞ୍ଚଦିନ ତଳେ ଟମାଟୋ କିଲୋ ପିଛା ୩୯ ଟଙ୍କା ଥିଲା । ସେହିପରି ପିଆଜ କିଲୋ ପିଛା ଦର ୫ ଟଙ୍କା ବୃଦ୍ଧି । ପିଆଜ ଏବେ ୪୦ ଟଙ୍କାକୁ ବୃଦ୍ଧି ପାଇଛି । ଯାହା ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି । ଦେଖିବାକୁ ଗଲେ ଏଥର ସେପ୍ଟେମ୍ବର ମାସରେ ଅନେକ ରାଜ୍ୟରେ ବର୍ଷା ଅଧିକ ହୋଇଛି । ଯାହା ପାଇଁ ପନିପରିବା ଚାଷରେ କ୍ଷୟକ୍ଷତି ହୋଇଛି ।

ବର୍ଷା ଯୋଗୁ କ୍ଷେତରେ ପାଣି ପସିବାରୁ ଅନେକ ପନିପରିବା ନଷ୍ଟ ହୋଇଯାଇଛି । ଏପଟେ ଗତ ୪ ଦିନ ହେବ ଲଗାତାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ କ୍ରମାଗତ ଭାବରେ ବଢି ଚାଲିଛି । ରବିବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ତୈଳ ଦରରେ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ଯାହାକି ସାଧାରଣ ଲୋକଙ୍କ ପକେଟକୁ ବାଧୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ